ସ୍ଥଗିତ ହେଲା ଦଶମ-ଦ୍ବାଦଶ ବୋର୍ଡ ପରୀକ୍ଷା, ସୂଚୀ ଜାରି କଲେ ସରକାର

ପ୍ରୟାଗରାଜ ଜିଲ୍ଲାରେ ମହାକୁମ୍ଭ ଯୋଗୁଁ ବୋର୍ଡ ପରୀକ୍ଷା ବାତିଲ୍ ।

ନୂଆଦିଲ୍ଲୀ: ପ୍ରୟାଗରାଜର ମହାକୁମ୍ଭ ମେଳା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିନ୍ତୁ ଏଠାକୁ ଆସୁଥିବା ଭକ୍ତଙ୍କ ଧାରା ଥମିବାର ନାଁ ନେଉନାହିଁ । ମହାକୁମ୍ଭ ମେଳାର ଶେଷ ସପ୍ତାହାନ୍ତ ପାଇଁ ପ୍ରୟାଗରାଜରେ ପୁଣି ଥରେ ଭିଡ଼ ଜମିଛି ।

ଏପରି ପରିସ୍ଥିତିରେ, ପ୍ରଶାସନ ଭିଡ଼କୁ ପରିଚାଳନା କରିବାର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି, ଗୁରୁବାର ଦିନ ପ୍ରୟାଗରାଜର ଜିଲ୍ଲା ମାଜିଷ୍ଟ୍ରେଟ୍ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅନଲାଇନରେ ପାଠ୍ୟକ୍ରମ ପରିଚାଳନା ପାଇଁ ଏକ ନିର୍ଦ୍ଦେଶ ଜାରି କରିଥିଲେ । ଏହାରି ଭିତରେ ଆଜି ୟୁପି ସରକାରଙ୍କ ମାଧ୍ୟମିକ ଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶରେ, ପ୍ରୟାଗରାଜ ଜିଲ୍ଲାରେ ୨୪ ଫେବୃଆରୀରେ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

ମହାଶିବରାତ୍ରୀରେ ସ୍ନାନ କାରଣରୁ ପରୀକ୍ଷା ସ୍ଥଗିତ- ରାଜ୍ୟର ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଗୁଲାବ ଦେବୀ କହିଛନ୍ତି ଯେ, ପ୍ରୟାଗରାଜରେ ଫେବୃଆରୀ ୨୬ରେ ମହାଶିବରାତ୍ରି । ଏଥିପାଇଁ ସ୍ନାନ ହେତୁ, ଭକ୍ତଙ୍କ ପ୍ରବଳ ଭିଡ଼ ଏବଂ ଟ୍ରାଫିକ୍ ପରିଚାଳନାକୁ ଦୃଷ୍ଟିରେ ରଖି ଫେବୃଆରୀ ୨୪ରେ ହେବାକୁ ଥିବା ହାଇସ୍କୁଲ ଏବଂ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏବେ ଏହି ପରୀକ୍ଷା ପୁଣିଥରେ ମାର୍ଚ୍ଚ 9 ତାରିଖରେ ଅନୁଷ୍ଠିତ ହେବ ।

ପ୍ରୟାଗରାଜରେ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବା ସମ୍ପର୍କରେ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଛି । ସେ ସ୍ପଷ୍ଟ କରିଛନ୍ତି ଯେ ଏହି ସଂଶୋଧନ କେବଳ ପ୍ରୟାଗରାଜ ଜିଲ୍ଲା ପାଇଁ ପ୍ରଯୁଜ୍ୟ ଅଟେ ।