ମହାକୁମ୍ଭ ଦଳାଚକଟା ମାମଲା: ରଦ୍ଦ ହେଲା VVIP ପାସ୍, ଏହି ତାରିଖ ଯାଏଁ ରହିବ କଟକଣା
ମହାକୁମ୍ଭ ଅଞ୍ଚଳକୁ ଫେବୃଆରୀ ୪ ପର୍ଯ୍ୟନ୍ତ ଯାନବାହନ ନିଷେଧ ଅଞ୍ଚଳ ଘୋଷଣା କରାଯାଇଛି। ଦଳାଚକଟା ଏଡାଇବା ପାଇଁ 'ଭିଭିଆଇପି' ସ୍ନାନ ଏବଂ ଏସ୍କର୍ଟ ଯାନବାହାନର କନଭୟକୁ ମଧ୍ୟ ନିଷେଧ କରାଯାଇଛି। ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି।
ପ୍ରୟାଗରାଜ: ମହାକୁମ୍ଭରେ ଯାନବାହନ ନିଷେଧ ଘୋଷଣା କଲେ ଯୋଗୀ ସରକାରା ମହାକୁମ୍ଭରେ ଭିଭିଆଇପି ପାସ୍ ଓ ଗାଡ଼ି ଉପରେ ସମ୍ପୂର୍ଣ୍ଣ ବାରଣ କରାଯାଇଛିା
ମୌନୀ ଅମାବାସ୍ୟା ଦିନ ହୋଇଥିବା ଦଳାଚକଟା ମାମଲାରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାରା
ଏହି ରୁଟରେ କଟକଣା: ପ୍ରୟାଗରାଜକୁ ସଂଯୋଗ କରୁଥିବା ଜିଲ୍ଳା ସୀମାରୁ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି ।
ଶ୍ରଦ୍ଧାଳୁଙ୍କ ସୁଗମ ଯାତ୍ରା ପାଇଁ ଗୋଟିଏ ରୁଟରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛିା
ଆସନ୍ତା ଫେବୃଆରୀ ୪ ତାରିଖ ଯାଏଁ ଚାରି ଚକିଆ ଗାଡ଼ି ପ୍ରବେଶ ଉପରେ କଟକଣା ରହିଛିା
ନୂଆ ମାର୍ଗଦର୍ଶିକା: ଜାନୁଆରୀ ୨୯(ମୌନୀ ଅମାବାସ୍ୟା) ଦିନ ମହାକୁମ୍ଭରେ ଦଳାଚକଟା ମାମଲାରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ରୁ ଆଧିକ ବ୍ୟକ୍ତି ଆହତ ହୋଇଛନ୍ତିା
ଏନେଇ ବୁଧବାର ବିଳମ୍ବିତ ରାତିରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାକୁମ୍ଭରେ ଯାନବାହନ ଚଳାଚଳ ନିମନ୍ତେ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତିା
ଏହି ଭିଡିଓ କନଫରେନ୍ସରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବିଭିନ୍ନ ରାଜ୍ୟର ଅଧିକାରୀ ସାମିଲ ଥିଲେ । ଏହି ରାଜ୍ୟଗୁଡ଼ିକ ହେଲା ପ୍ରୟାଗରାଜ, କୌଶମ୍ବି, ବାରାଣସୀ, ଅଯୋଧ୍ୟା, ମିର୍ଜାପୁର, ବସ୍ତି, ଜାଉନପୁର, ଚିତ୍ରକୂଟ, ବାନ୍ଦା, ଆମ୍ବେଦକର ନଗର, ପ୍ରତାପଗଡ଼, ସନ୍ତ କବୀର ନଗର, ଭଦୋହୀ, ରାଏବରେଲୀ ଏବଂ ଗୋରଖପୁର ।
ଯୋଗୀଙ୍କ ମାର୍ଗଦର୍ଶିକା:
୧. ନୋ ବେହିକିଲ ଜୋନ୍: ଭିଡ଼ ନିୟନ୍ତ୍ରଣ ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମହାକୁମ୍ଭ ଅଞ୍ଚଳରେ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ଉପରେ କଟକଣ।।
୨. VVIP ପାସ୍ ରଦ୍ଦ: VVIP ପାସ୍ ମାଧ୍ୟମରେ ଯାନବାହନ ପ୍ରବେଶ ଉପରେ କଟକଣା ରହିଛିା ଏହା ବାଦ୍ କୌଣସି ପ୍ରକାର ବିଶେଷ ପାସରେ ମଧ୍ୟ ପ୍ରବେଶ ଅନୁମତି ନାହିାଁ
୩. ୱାନ୍ ୱେ ରୁଟ୍: ଶ୍ରଦ୍ଧାଳୁଙ୍କ ଗମନାଗମନକୁ ସୁଗମ କରିବା ପାଇଁ ଗୋଟିଏ ରୁଟରେ ଗାଡ଼ି ଚଳାଚଳ ଉପରେ ଗୁରୁତ୍ୱାରୋପ କରାଯାଇଛି । ଫଳରେ ଜାମ୍ ସମସ୍ୟା ହ୍ରାସ ହେବା ସହ ଭିଡ଼ ମଧ୍ୟ ନିୟନ୍ତ୍ରିତ ରହିବ ।
୪. ଉଠା ଦୋକାନୀ: ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଉଠା ଦୋକାନୀଙ୍କୁ ଖାଲି ସ୍ଥାନକୁ ସ୍ଥାନାନ୍ତରା ଫଳରେ ଟ୍ରାଫିକ୍ ଭିଡ଼ ହ୍ରାସ ହେବାରେ ସହାୟକ ହେବା
୫. ପଡ଼ୋଶୀ ଜିଲ୍ଳାରୁ ଯାନବାହନ କଟକଣା: ମହାକୁମ୍ଭ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ରହିବା ଅଯୋଧ୍ୟା- ପ୍ରୟାଗରାଜ, କାନପୁର- ପ୍ରୟାଗରାଜ, ଫତେହପୁର- ପ୍ରୟାଗରାଜ, ଲକ୍ଷ୍ନୌ- ପ୍ରତାପଗଡ଼-ପ୍ରୟାଗରାଜ ଏବଂ ବାରାଣସୀ- ପ୍ରୟାଗରାଜ ଭଳି ମାର୍ଗରେ ପୋଲିସ ଅଧିକାରୀ ଟ୍ରଫିକ୍ ବ୍ୟବସ୍ଥା ସୁନିଶ୍ଚିତ କରିବୋ ଏଥିପାଇଁ ବାରିକେଡ୍ ବ୍ୟବସ୍ଥା ମଧ୍ୟ ରହିବ ।
୬. ମହାକୁମ୍ଭ ଅଞ୍ଚଳର କିଛି ପ୍ରମୁଖ୍ୟ ସ୍ଥାନରେ ରହଣି ବ୍ୟବସ୍ଥା ସହ ଖାଦ୍ୟ ଓ ପାନୀୟ ଜଳର ଉପଯୁକ୍ତ ବ୍ୟବସ୍ଥା କରାଯିବ ।