ଲାଲୁ ଯାଦବଙ୍କ ବିବାଦୀୟ ମନ୍ତବ୍ୟ: ‘ମହାକୁମ୍ଭ ବେକାର, ଏହାର କୌଣସି ଅର୍ଥ ନାହିଁ’

ନୂଆଦିଲ୍ଲୀ ରେଳ ଷ୍ଟେସନରେ 18ଜଣଙ୍କ ମୃତ୍ୟୁ । ଏହି ଘଟଣାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଲାଲୁ ।

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଏବଂ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ମୁଁ ପୀଡିତଙ୍କ ପ୍ରତି ମୋର ସମବେଦନା ପ୍ରକାଶ କରୁଛି ବୋଲି କହିଛନ୍ତି ।

ରେଳବାଇର ଭୁଲ ପରିଚାଳନା ଯୋଗୁଁ ଏତେ ଲୋକ ପ୍ରାଣ ହରାଇଲେ ।  ରେଳମନ୍ତ୍ରୀ ଦାୟିତ୍ୱ ନେବା ଉଚିତ । ମହାକୁମ୍ଭର ଅର୍ଥ କିଛି ନାହିଁ ଏହା ଫାଲତୁ ବୋଲି କହିଛନ୍ତି ଲାଲୁ ଯାଦବ ।

ପ୍ରକାଶଥାଉତି,  ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ହୋଇଥିବା ଦଳାଚକଟାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ରେଳବାଇ ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଭାରତୀୟ ରେଳବାଇ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତ ଯାତ୍ରୀଙ୍କୁ ୨.୫ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ଯାତ୍ରୀଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି । ରବିବାର ସକାଳ ୬ଟା ପର୍ଯ୍ୟନ୍ତ, ମୋଟ ୭୧ଟି ଟ୍ରେନ୍ ଚଳାଚଳ କରିଥିଲା ​​ଏବଂ ଏହି ଟ୍ରେନ୍‌ଗୁଡ଼ିକରେ ୧.୬୦ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରିଥିଲେ ।

ଶନିବାର ଦିନ, ମୋଟ 339 ଟି ଟ୍ରେନ ଚଳାଚଳ କରିଥିଲା ​​ଏବଂ ଏଥିରେ 14.76 ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିଥିଲେ । ରେଳବାଇ ମଧ୍ୟ ନିଶ୍ଚିତ କରିଛି ଯେ ସମସ୍ତ ନିର୍ଦ୍ଧାରିତ ଟ୍ରେନ୍ ସେମାନଙ୍କର ନିୟମିତ ସମୟସୂଚୀ ଅନୁଯାୟୀ ଚାଲୁଛି ଏବଂ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ଯାତ୍ରୀଙ୍କ ଚାହିଦା ଅନୁଯାୟୀ ବିନା ସଂରକ୍ଷଣରେ ଟ୍ରେନଗୁଡ଼ିକ ମଧ୍ୟ ଚଲାଯାଉଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।