ୟେ ପେଟ୍ରୋଲ ପମ୍ପ ନା ପାଣି ପମ୍ପ… ପେଟ୍ରୋଲ ବଦଳରେ ଗାଡ଼ିରେ ଭରିଦେଲେ ପାଣି, ଏଭଳି ସାମ୍ନାକୁ ଆସିଲା ସତ

ଗାଡିରେ ପେଟ୍ରୋଲ ଭର୍ତ୍ତି କରିବାକୁ ଆସିଥିବା ଲୋକଙ୍କୁ ପେଟ୍ରୋଲ ବଦଳରେ ପାଣି ଭର୍ତ୍ତି କରି ଦେଇଦେଲେ । 80 ପ୍ରତିଶତ ପାଣି 20 ପ୍ରତିଶତ ପେଟ୍ରୋଲ ।

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡର ଶାହୁନଗରର ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲରେ ପାଣି ମିଶ୍ରଣର ଏକ ମାମଲା ସାମ୍ନାକୁ ଆସିଛି । ଭୋସଲେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଭର୍ତ୍ତି କରିବା ପରେ ଅନେକ ଗାଡ଼ିର ଇଞ୍ଜିନ ଖରାପ ହୋଇଗଲା। କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ୍ୟ ।

ଏହି ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ପମ୍ପରେ ପଟ୍ରୋଲ ପକାଇବା ପରେ ଲୋକମାନେ ସେମାନଙ୍କ ଯାନରେ ସମସ୍ୟା ଦେଖିଲା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଛି । ବିଶେଷ କଥା ହେଉଛି ଯେଉଁମାନେ କେବଳ ଗୋଟିଏ କିମ୍ବା ଦୁଇ ଲିଟର ତେଲ ଭର୍ତ୍ତି କରିଥିଲେ ସେମାନଙ୍କର ଗାଡ଼ିରେ ସମସ୍ୟା ଦେଖାଯାଇଥିଲା ।

ପେଟ୍ରୋଲ ନୁହେଁ ଖାଲି ପାଣି- ଅନେକ ଗ୍ରାହକ ସେମାନଙ୍କ ଗାଡ଼ିର ପେଟ୍ରୋଲ ଖାଲି କରିଦେଇଥିଲେ । ଯେତେବେଳେ ଟାଙ୍କିଟି ଖାଲି କରାଗଲା, କ’ଣ ବାହାରିଲା ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରକୃତରେ, ଟାଙ୍କିରୁ ବାହାରୁଥିବା ଇନ୍ଧନରେ 80% ପାଣି ଥିଲା ଏବଂ ଏହା ଉପରେ କେବଳ ପେଟ୍ରୋଲର ଏକ ପତଳା ସ୍ତର ଭାସୁଥିଲା । ଏହି ପାଣି ଯୋଗୁଁ ଗାଡ଼ିଗୁଡ଼ିକର ଇଞ୍ଜିନଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା ।

ପେଟ୍ରୋଲ ପମ୍ପରେ କିଭଳି ମିଶିଲା ପାଣି-  ଭୂତଳ ପେଟ୍ରୋଲ ଟାଙ୍କିରେ ପାଣି ପ୍ରବେଶ କରିବା ଯୋଗୁଁ ଏହି ସମସ୍ୟା ଦେଖାଯାଇପାରେ ବୋଲି କୁହାଯାଇଛି । ଏହା ଅସାବଧାନତା ଥିଲା ନା ଜାଣିଶୁଣି ପେଟ୍ରୋଲରେ ପାଣି ମିଶାଯାଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଗ୍ରାହକମାନେ ଏହି ମିଶ୍ରଣ ବିଷୟରେ ଜାଣିବା ମାତ୍ରେ ସେମାନଙ୍କର କ୍ରୋଧ ବୃଦ୍ଧି ପାଇଥିଲା । ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଉଛି ।