୧୫ ଅଗଷ୍ଟ ଏବଂ ଜନ୍ମାଷ୍ଟମୀରେ ସବୁ ମାଂସ ଦୋକାନ ରହିବ ବନ୍ଦ, ଏହି ସହରରେ ନିଆଗଲା ନିଷ୍ପତ୍ତି
୧୫ ଅଗଷ୍ଟ ଏବଂ ଜନ୍ମାଷ୍ଟମୀକୁ ଦୃଷ୍ଟିରେ ରଖି, କସାଇଖାନା ଏବଂ ମାଂସ ଦୋକାନ ବନ୍ଦ ରହିବ। ଏନେଇ ଏକ ନିର୍ଦ୍ଦେଶ ଜାରି କରିଛି ନଗର ନିଗମ ।
ମୁମ୍ବାଇ: ଭାରତରେ ଏବେ ପର୍ବ ଏବଂ ଉତ୍ସବର ଋତୁ ଆରମ୍ଭ ହୋଇଛି। ଆସନ୍ତା ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରାଯିବ। ଏହା ପରେ ଜନ୍ମାଷ୍ଟମୀ ପର୍ବ ମଧ୍ୟ ଆସୁଛି। ସାରା ଦେଶରେ ଏହି ବିଶେଷ ଦିନଗୁଡ଼ିକ ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି।
ଏହି ପର୍ବଗୁଡ଼ିକୁ ଆଖି ଆଗରେ ରଖି, ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଠାରେ ନଗର ନିଗମ ୧୫ ଅଗଷ୍ଟ ଅର୍ଥାତ୍ ସ୍ୱାଧୀନତା ଦିବସ ଏବଂ କୃଷ୍ଣ ଜନ୍ମାଷ୍ଟମୀ ପର୍ବରେ ସହରର ସମସ୍ତ ମାଂସ ଦୋକାନ ଏବଂ କସାଇଖାନା ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛି।
ମହାନଗର ନିଗମର କ’ଣ ନିର୍ଦ୍ଦେଶ ଅଛି?
ନାଗପୁର ନଗର ନିଗମ ଘୋଷଣା କରିଛି ଯେ ଶୁକ୍ରବାର, ଅଗଷ୍ଟ ୧୫, ୨୦୨୫ ସ୍ୱାଧୀନତା ଦିବସ ଏବଂ ଶ୍ରୀକୃଷ୍ଣ ଜୟନ୍ତୀ (ଜନ୍ମଷ୍ଟମୀ) ଅବସରରେ ସହରର ସମସ୍ତ କସାଇଖାନା ଏବଂ ମାଂସ ଦୋକାନ ବନ୍ଦ ରହିବ। ଏହି ନିର୍ଦ୍ଦେଶ ନଗର ନିଗମର ଡେପୁଟି କମିଶନର ରାଜେଶ ଭଗତ ଜାରି କରିଛନ୍ତି । ତେବେ ଏହି ନିର୍ଦ୍ଦେଶ ଉଲ୍ଲଂଘନ କଲେ, ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କୁହାଯାଇଛି।