ମହାପ୍ରଭୁଙ୍କର ହେଲା ମହାସ୍ନାନ; ବନ୍ଦ ହେଲା ସାଧାରଣ ଦର୍ଶନ, ଜାଣନ୍ତୁ କାରଣ
ପାଳିଆ ସେବକଙ୍କୁ ସେବାୟତ ଛୁଇଁଦେବାରୁ ଶ୍ରୀଜିଉଙ୍କର ହେଲା ମହାସ୍ନାନ ।
ଭୁବନେଶ୍ବର: ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କର ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ପୁରୀ ଶ୍ରୀମନ୍ଦିରରେ ଆଜି ମହାସ୍ନାନ ହୋଇଛି ।
ସୂଚନା ଅନୁସାରେ, ପାଳିଆ ସେବକଙ୍କୁ ସେବାୟତ ଛୁଇଁଦେବା କାରଣରୁ ଏହି ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ମଇଲମ ନୀତି ଚାଲୁଥିବା ବେଳେ ସେବାୟତ ଆସି ଛୁଇଁ ଦେଇଥିଲେ ।
ତେବେ ମହାପ୍ରଭୁଙ୍କର ମହାସ୍ନାନ ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି । ତେବେ ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ଭକ୍ତ ।
ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ, ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ କେହି ଭକ୍ତ , ସେବାୟତ ଅବା ଯେକିହି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବସତ ଶରୀରରୁ ରକ୍ତ ପଡିଲେ, ବାନ୍ତି କରିଦେଲେ ଏବଂ ଛୋଟ ଛୁଆ, ବୁଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ । ମହାପ୍ରଭୁଙ୍କର ବଡ଼ ମହାସ୍ନାନ କରାଯାଇଥାଏ ।