Breaking: ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ଶ୍ରୀଜିଉଙ୍କର ହେଲା ବଡ଼ ମହାସ୍ନାନ

ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା । ବନ୍ଦ ହେଲା ସାଧାରଣ ଦର୍ଶନ ।

ଭୁବନେଶ୍ବର: ଶ୍ରୀମନ୍ଦିରରୁ ସାମ୍ନାକୁ ଆସିଲା ବଡ ଘଟଣା । ଶ୍ରୀଜିଉଙ୍କର ହେଲା ବଡ଼ ମହାସ୍ନାନ । ପୁରୀ ଭିତର କାଠ ନିକଟରେ ରକ୍ତ ଛିଟା ପଡ଼ିଥିଲା । ଏହି କାରଣରୁ ଶ୍ରୀଜିଉଙ୍କର ବଡ଼ ମହାସ୍ନାନ ନୀତି କରାଯାଇଛି । ତେବେ ରକ୍ତ କେଉଁଠୁ ଆସିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

ତେବେ ଠାକୁରଙ୍କର ଏହି ବଡ଼ ମହାସ୍ନାନ ନୀତି ପାଇଁ କାଳିଆଙ୍କର ଦର୍ଶନ ବନ୍ଦ ରହିଛି । ଅବକାଶ ନୀତି ଶେଷ ହେବ ପରେ ଭିତର କାଠ ଦର୍ଶନ ଚାଲିଥିଲା । ଖରାରେ ଭକ୍ତମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖାଯାଇଛି ।

ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ, ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ କେହି ଭକ୍ତ , ସେବାୟତ ଅବା ଯେକିହି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବସତ ଶରୀରରୁ ରକ୍ତ ପଡିଲେ, ବାନ୍ତି କରିଦେଲେ ଏବଂ ଛୋଟ ଛୁଆ, ବୁଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ । ଏହାପରେ ଠାକୁରଙ୍କର ମହାସ୍ନାନ କରାଯାଇଥାଏ ।