ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କର ଆଜି ମହାସ୍ନାନ ହେବ । ମନ୍ଦିରରୁ ଚୋରି ଘଟଣା ପରେ ଆଜି ମାଙ୍କର ମହାସ୍ନାନ କରାଯିବା ନେଇ ନିଷ୍ପତ୍ତି ହୋଇଛି । ସେବାୟତମାନେ ଋଷିକୁଲ୍ୟା ନଦୀରୁ ପାଣି ଆଣି ମହାସ୍ନାନ କରିବା ନେଇ ଜଣାପଡିଛି । ତେବେ ଚୋରି କରିଥିବା ଲୋକେ କେଉଁ ଧର୍ମର ଜଣାନଥିବା ବେଳେ ମାଙ୍କର ମହାସ୍ନାନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମଙ୍ଗଳବାର ରାତିରୁ ମନ୍ଦିରକୁ ଅନେକ ସୁନା ରୂପା ଅଳଙ୍କାର ଲୁଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ ।
ସେବାୟତମାନେ ଋଷିକୁଲ୍ୟା ନଦୀରୁ ପାଣି ଆଣି 999 ପାହାଚ ଦେଇ ମନ୍ଦିରରେ ପହଞ୍ଚିବେ । ସକାଳ ପ୍ରାୟ 8ଟା 30ରୁ ଏହି ନୀତି ଆରମ୍ଭ ହେବା ନେଇ ସମୟ ନିର୍ଘଣ୍ଟ କରାଯାଇଛି । 108 ସୁପ୍ତ ପାଠ କରାଯିବା ସହିତ ହୋମ କରାଯିବ । ଆଦି ଶକ୍ତିପୀଠକୁ ରାତିରେ ଯିବା ପାଇଁ ସମସ୍ତେ ଭୟ କରୁଥିବା ବେଳେ କିଭଳି ଚୋରମାନେ ଏଭଳି କଲେ ସେନେଇ ସମସ୍ତେ ମର୍ମାହତ ହୋଇଛନ୍ତି । ମଙ୍ଗଳବାର ରାତିରେ ମା’ଙ୍କ ସୁନା ଓ ରୁପା ଅଳଙ୍କାର ଚୋରି ଅଭିଯୋଗ ହୋଇଥିଲା । ଏହା ସହିତ ଦାନ ହୁଣ୍ଡି ଭାଙ୍ଗି କଳାକନା ବୁଲାଇଦେଇଥିଲେ ଦୁର୍ବୃତ୍ତ । ବଳମ୍ବିତ ରାତିରେ ମନ୍ଦିରରେ ପଶି କଳାକନା ବୁଲାଇଥିଲେ । ତେବେ ପୋଲିସ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରିନଥିବା ବେଳେ ତଦନ୍ତ ଜାରି ରହିଛି ।