fbpx

ଶ୍ରୀଲଙ୍କାକୁ ବଡ଼ ଝଟକା; ଅଭି଼ଜ୍ଞ କ୍ରିକେଟରଙ୍କ କୋଚ୍ ପଦରୁ ଇସ୍ତଫା, ଜୟବର୍ଦ୍ଧନେଙ୍କ ପରେ କିଏ ନେବ ଭାର

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ୍ ରେ ଶ୍ରୀଲଙ୍କାର ଖରାପ ପ୍ରଦର୍ଶନ ପରେ ଅଭିଜ୍ଞ କ୍ରିକେଟର ମହେଲା ଜୟବର୍ଦ୍ଧନେ ଶ୍ରୀଲଙ୍କା କ୍ରିକେଟ୍ ଦଳର ପରାମର୍ଶଦାତା କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି । ଜୟବର୍ଦ୍ଧନେ ୨୦୨୨ରେ ପରାମର୍ଶଦାତା ବା କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଶ୍ରୀଲଙ୍କା ଜାତୀୟ କ୍ରିକେଟ୍ ଦଳର ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ତାଙ୍କର ଥିଲା ବଡ଼ ଅବଦାନ । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏକ ନୋଟିସ୍ ଜାରି କରି ଇସ୍ତଫାକୁ ନିଶ୍ଚିତ କରିଛି ।

୨୦୨୨ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍ ପୂର୍ବରୁ ଜୟବର୍ଦ୍ଧନେ ଶ୍ରୀଲଙ୍କା କ୍ରିକେଟ୍ ଦଳରେ କୋଚ୍ ଭାବେ ଯୋଗ ଦେଇଥିଲେ । ସବୁ ସ୍ତରରେ ଦଳର ଉନ୍ନତି ପାଇଁ ସେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଏଥିପାଇଁ ତାଙ୍କୁ ରଣନୈତିକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିଲା । ଏହି ଆଧାରରେ ଜୟବର୍ଦ୍ଧନେ ଖେଳାଳି ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଶ୍ରୀଲଙ୍କାରେ ଘରୋଇ କ୍ରିକେଟରେ ଉନ୍ନତି ଆଣିବା ପାଇଁ ସେ ପ୍ରୟାସ କରିଛନ୍ତି । ଏହାବ୍ୟତୀତ ୧୯ ବର୍ଷରୁ କମ୍ ଦଳକୁ ଉଚ୍ଚସ୍ତରରେ ପହଞ୍ଚାଇବା ପାଇଁ ସେ ପ୍ରୟାସ କରିଛନ୍ତି ।

Get real time updates directly on you device, subscribe now.