fbpx

(Video) G.O.A.T ସିନେମାରେ ମାହିଙ୍କ ଦମଦାର Cameo: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଥାଲାପଥି ବିଜୟଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ଗୋଟ୍’ ବର୍ତ୍ତମାନ ରିଲିଜ ହୋଇସାରିଛି । ସେପ୍ଟେମ୍ବର ୫ ତାରିଖରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଏଣ୍ଟ୍ରି କରିଛି । ଆଶା ଅନୁସାରେ, ଏହି ଫିଲ୍ମକୁ ସାରା ଦେଶରେ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ତେବେ ଫିଲ୍ମର ଏକ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡିଓରେ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ତଥା ଷ୍ଟାର କ୍ରିକେଟର ଏମ.ଏସ ଧୋନୀଙ୍କୁ ଦେଖାଯାଇଛି । ଏହି ସିନେମାରେ ମାହି ଏକ ଦମଦାର କ୍ୟାମିଓ କରିଥିବା ବେଳେ ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଏହି ଭିଡିଓ ସାମନାକୁ ଆସିବା ପରେ ଏହା ଖୁବ ଭାଇରାଲ ହେଉଛି । ସାରା ଦେଶରେ ଥାଲା ଏବଂ ଥାଲାପଥିଙ୍କ ଯୁଗଳବନ୍ଦୀକୁ ଦେଖିବା ପାଇଁ ଖୁବ ଅପେକ୍ଷା କରି ରହିଛନ୍ତି ଦର୍ଶକ । ତେବେ ଏହି ଫିଲ୍ମରେ ଦର୍ଶକ ବିଜୟ ଏବଂ ଏମ.ଏସ ଧୋନୀଙ୍କୁ ଏକାସାଙ୍ଗରେ ଦେଖିବାକୁ ପାଇବେ । ସାରା ଭାରତରେ ଖୁବ ଲୋକପ୍ରିୟତା ହାସଲ କରିଥିବା ଏହି ଦୁଇ ସୁପରଷ୍ଟାରଙ୍କୁ ଏକାସାଙ୍ଗରେ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ସିନେପ୍ରେମୀ । ଲୋକମାନେ ଏହି ଚଳଚ୍ଚିତ୍ରକୁ ହିଟ୍ ବୋଲି କହୁଛନ୍ତି । ରିପୋର୍ଟ ଅନୁଯାୟୀ, ବିଜୟ ଥାଲାପାଥିଙ୍କ ଏହି ଫିଲ୍ମ ୧୦୦ କୋଟି ଟଙ୍କା ଖୋଲିପାରେ। କୁହାଯାଉଛି ଯେ ଏହା ଦକ୍ଷିଣର ସର୍ବାଧିକ ଆୟ କରୁଥିବା ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହେବ। ଏବେ ଦେଖିବାକୁ ବାକି ରହିଲା ଏହି ଚଳଚ୍ଚିତ୍ରର ବକ୍ସ ଅଫିସ୍ ସଂଗ୍ରହ କ’ଣ ହେବ ।

MS Dhoni cameo in GOAT

ଜଣେ ଉପଭୋକ୍ତା ସେୟାର କରିଥିବା ଭିଡିଓରେ ଫିଲ୍ମର ଏକ ଦୃଶ୍ୟ ରହିଛି ଯେଉଁଥିରେ ମହେନ୍ଦ୍ର ସିଂ ଧୋନୀ ନଜର ଆସିଛନ୍ତି। ଏହି ଦୃଶ୍ୟରେ ଧୋନୀ ଆଇପିଏଲ୍ ମ୍ୟାଚ୍ ପାଇଁ ଷ୍ଟାଡିୟମ ଭିତରକୁ ଏଣ୍ଟ୍ରି କରୁଥିବାର ଦେଖାଯାଇଛି। ଏହି ସମୟରେ ଥାଲାପଥି ବିଜୟ ମଧ୍ୟ ଏକ ଆକ୍ସନ୍ ସିନ୍ ପାଇଁ ଏକ ବାଇକରେ ନଜର ଆସିଛନ୍ତି ।

https://x.com/FreneticX__/status/1831541500649541706?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1831541500649541706%7Ctwgr%5E242cc3e702965c77cb92d97900d46458b2f25c23%7Ctwcon%5Es1_c10&ref_url=https%3A%2F%2Fwww.timesnowhindi.com%2Fentertainment%2Fsouth-movies%2Fdid-ms-dhoni-do-a-cameo-in-thalapathy-vijays-film-goat-this-video-of-thala-went-viral-on-social-media-article-113082914

Get real time updates directly on you device, subscribe now.