fbpx

ମହୁଆ ମୋଇତ୍ରଙ୍କ ସାଂସଦ ପଦ ରଦ୍ଦ , ଟଙ୍କା ନେଇ ପ୍ରଶ୍ନ ପଚାରିବା ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ‘ଟଙ୍କା ପାଇଁ ପ୍ରଶ୍ନ ପଚାରିବା’ ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରଙ୍କୁ ଶୁକ୍ରବାର ଦିନ ଗୃହର ସଦସ୍ୟତାରୁ ବହିଷ୍କାର କରାଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମୋଇତ୍ରଙ୍କ ବହିଷ୍କାର ପାଇଁ ଏକ ପ୍ରସ୍ତାବ ଦେଇଥିଲେ, ଯାହାକୁ ଗୃହ ଭଏସ୍ ଭୋଟ୍ ଦ୍ୱାରା ଅନୁମୋଦନ କରିଥିଲା ।

ଏହାପୂର୍ବରୁ ଲୋକସଭାର ନୈତିକ କମିଟିର ରିପୋର୍ଟ ଉପରେ ଆଲୋଚନା କରିବା ପରେ ଏହାକୁ ଗୃହରେ ଅନୁମୋଦନ କରାଯାଇଥିଲା ଯେଉଁଥିରେ ମୋଇତ୍ରଙ୍କୁ ବହିଷ୍କାର କରିବାକୁ ପରାମର୍ଶ ଦିଆଯାଇଥିଲା ।

ବିରୋଧୀ ବିଶେଷକରି ତୃଣମୂଳ କଂଗ୍ରେସ ଗୃହରେ ଅନେକ ଥର ଅନୁରୋଧ କରିଥିଲା ଯେ ମୋଇତ୍ରଙ୍କୁ ତାଙ୍କ ମାମଲା ଉପସ୍ଥାପନ କରିବାକୁ ସୁଯୋଗ ମିଳିବା ଉଚିତ, କିନ୍ତୁ ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦର ଅଭ୍ୟାସକୁ ଦର୍ଶାଇ ମନା କରି ଦେଇଥିଲେ ।

ଓକିଲ ଜୟ ଅନନ୍ତ ଦେହଦ୍ରାଇଙ୍କ ଜରିଆରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ମୋଇତ୍ରାଙ୍କ ବିରୋଧରେ ଅଭିଯୋଗ ପଠାଇଥିଲେ, ଯେଉଁଥିରେ ତାଙ୍କଉପରେ ଅଦାନୀ ସମୂହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବା ପାଇଁ ବ୍ୟବସାୟୀ ଦର୍ଶାନ ହିରାନ୍ଦଦାନୀ କହିବା ଅନୁସାରେ ସଂସଦରେ ପ୍ରଶ୍ନ ପଚାରିବା ବଦଳରେ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.