fbpx

ବରର ଭାଇ ସାଜିଲା ସୈତାନ; ବାହାଘରର ଦୁଇ ଦିନ ପରେ ବର, ବରବଧୂ ସହିତ ପରିବାର ୫ ଜଣଙ୍କୁ ଗଳା କାଟି କଲା ହତ୍ୟା

Advertisement

ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ମୈନପୁରୀରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ କଲିଜାକୁ ଥରାଇ ଦେବ । ଜିଲ୍ଲାର ଅରସାରା ଗ୍ରାମର ଏକ ପରିବାରର ବଡ ପୁଅ ନିଜର ୫ ଜଣ ଆତ୍ମୀୟଙ୍କର ଗଳା କାଟି ହତ୍ୟା କରିଛି । ଏହି ହତ୍ୟାକାଣ୍ଡଳ ଭିଆଇବା ପରେ ଅଭିଯୁକ୍ତ ନିଜକୁ ଗୁଳି କରି ହତ୍ୟା କରିଛି । ଅଭିଯୁକ୍ତ ନିଜ ପତ୍ନୀ ଓ ମାଇଁଙ୍କୁ ମଧ୍ୟ ହତ୍ୟା କରିବାକୁ ଚେଷ୍ଟା କରିଥିଲା । କିନ୍ତୁ କୌଣସି ଉପାୟରେ ସେମାନଙ୍କ ଜୀବନ ବଞ୍ଚି ଯାଇଛି । କିନ୍ତୁ ଅଭିଯୁକ୍ତର ଆକ୍ରମଣରେ ଏମାନଙ୍କୁ ଗଭୀର ଆଘାତ ଲାଗିଛି ଓ ଏମାନେ ଏବେ ନିକଟସ୍ଥ ସେଫଇ ମେଡିକାଲ୍ କଲେଜରେ ଭର୍ତ୍ତି ହୋଇଛନ୍ତି ।

ଜିଲ୍ଲାର କିଶନୀ ଥାନା ଅଧୀନରେ ଆସୁଥିବା ଅରସାରା ଗୋକୁଳପୁର ଗାଁରେ ଶୁକ୍ରବାର ରାତିରେ ଏହି ଭୟାନକ ହତ୍ୟାକାଣ୍ଡ ଘଟିଛି । ଗାଁର ସୁବାସ ଯାଦବଙ୍କ ସାନ ପୁଅ ସୋନୁ ଯାଦବ(୨୩)ଙ୍କର ଗତ ଗୁରୁବାର ଦିନ ବିବାହ ହୋଇଥିଲା । ବରଯାତ୍ରୀ ନେଇ ପରିବାର ଓ ସଂପର୍କୀୟ ଇଟାୱା ଜିଲ୍ଲା ଗଙ୍ଗାପୁରା ଯାଇଥିଲେ । ଓ ବାହାଘର ପରେ ବୋହୂକୁ ଆଣି ଘରକୁ ଫେରିଥିଲେ ।
ଘରେ ହସଖୁସିର ମାହୋଲ ଥିଲା । କିଛି ସଂପର୍କୀୟ ଚାଲି ଯାଇଥିଲେ ଓ ଆଉ କିଛି ସଂପର୍କୀୟ ଥିଲେ । ଶୁକ୍ରବାର ରାତି ସୁଦ୍ଧା ଖୁବ୍ ନାଚ ଗୀତ ଚାଲିଥିଲା । ଖାଇବା ପିଇବା ପରେ ଘର ଲୋକଙ୍କ ସହ ଅତିଥି ମାନେ ଅଲଗା ଅଲଗା ରୁମ୍ କୁ ଓ ଛାତ ଉପରକୁ ଶୋଇôାକୁ ଚାଲି ଯାଇଥିଲେ । ଅଧରାତିରେ ସୁବାସ ଯାଦବର ବଡ ପୁଅ ସୋହବୀର ଯାଦବ ହାତରେ ଏକ ଧାରୁଆ କଟୁରୀ ଧରି ପ୍ରଥମେ ଛାତରେ ଶୋଇଥିବା ନବବଧୂର ଗଳା କାଟି ଦେଇଥିଲା । ଏହାପରେ ସେଠାରେ ଥିବା ତାର ନବବିବାହିତ ସାନଭାଇ ସୋନୁର ଗଳା କାଟିଥିଲା ।

ସଇତାନ ପାଲଟି ଯାଇଥିବା ସୋହବୀର ଏହାପରେ ତଳକୁ ଆସି ରୁମ୍ ରେ ଶୋଇଥିବା ଆଉ ଏକ ଛୋଟ ଭାଇ ଅଭିଷେକ ସହିତ ଭିଣୋଇ ରାମକୃଷ୍ଣ ଯାଦବଙ୍କୁ ଆକ୍ରମଣ କରି ସେମାନଙ୍କୁ ହତ୍ୟା କରିଥିଲା । ଏତିକିରେ ତାର ମନ ଶାନ୍ତି ହୋଇ ନ ଥିଲା । ପରିବାରର ଜଣେ ବନ୍ଧୁ ଦୀପକଙ୍କୁ ବି ଗଳା କାଟି ହତ୍ୟା କରିଥିଲା ।

ଏହାପରେ ବି ତାର ରକ୍ତ ପିପାସୁ ମନ ଶାନ୍ତ ପଡି ନ ଥିଲା । ଅନ୍ୟ ଏକ ରୁମ୍ ରେ ଶୋଇଥିବା ନିଜର ପତ୍ନୀ ଓ ମାଇଁଙ୍କୁ ବି ହତ୍ୟା କରିବାକୁ ଆକ୍ରମଣ କରିଥିଲା । କିନ୍ତୁ ଏତେବେଳକୁ ଘରେ ସମସ୍ତେ ନିଦରୁ ଉଠି ଭୟରେ ଚିକ୍ରାର କରିଥିଲେ । ଫଳରେ ସେମାନଙ୍କ ଜୀବନ ବଞ୍ଚି ଯାଇଥିଲା । ଘର ଲୋକଙ୍କ ଭୀଷଣ ଚିକ୍ରାର ଶୁଣି ଘର ପାଖ ଲୋକମାନେ ବି ଆସି ଜମା ହୋଇ ଯାଇଥିଲେ । ଏହାପରେ ଅଭିଯୁକ୍ତ ନିଜକୁ ଗୁଳିକରି ହତ୍ୟା କରିଥିଲା ।

ଏହି ଘଟଣା ପରେ ପୋଲିସ ସେଠାରେ ପହଞ୍ଚି ପରିବାରର ଅନ୍ୟ ସଦସ୍ୟଙ୍କୁ ପଚରାଉଚୁରା ଆରମ୍ଭ କରିଛି । ପୋଲିସ କହିଛି ସୋହବୀର ନିକଟସ୍ଥ ସରକାରୀ ହସ୍ପିଟାଲ୍ ବାହାରେ ଜେରକ୍ସ ଦୋକାନ କରିଥିଲା । ଗତ କିଛି ଦିନ ହେବ ତାର ଦୋକାନ କ୍ଷତିରେ ଚାଲୁଥିଲା । ସୋହବୀର ନିଜ ସଂପର୍କୀୟଙ୍କୁ କିଛି ଟଙ୍କା ଧାର ମାଗିଥିଲା । ଏହାକୁ ନେଇ ବିବାଦ ବି ଉପୁଜି ଥିଲା । କିନ୍ତୁ ଘରେ ସାନପୁଅର ବିବାହକୁ ନେଇ ସବୁକିଛି ଠିକ୍ ଠାକ୍ ହୋଇଯାଇଥିଲା । ନବବଧୂ ଘରକୁ ଆସିବାର ଦୁଇ ଦିନ ବି ବିତିନି ଏପରି ଏକ ଭୟଙ୍କର ହତ୍ୟାକାଣ୍ଡ ଘଟିଗଲା । ପୋଲିସ କହିଛି ପୁରା ପରିବାର ବିବାହରେ ଯୋଗ ଦେଇ କ୍ଲାନ୍ତ ହୋଇପଡି ଗଭୀର ନିଦ୍ରାରେ ଶୋଇଥିବା ବେଳେ ଅଭିଯୁକ୍ତ ସମସ୍ତଙ୍କୁ ହତ୍ୟା କରିଥିଲା ।

Get real time updates directly on you device, subscribe now.