fbpx

Big Breaking; କୁହୁଡ଼ି ପାଇଁ ବଡ଼ ଧରଣର ଦୁର୍ଘଟଣା: ବୋଲେରୋ-ଟ୍ରକ ଧକ୍କାରେ ୮ ଗୁରୁତର

Advertisement

ବୌଦ୍ଧ: ଆଜି ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହା ଫଳରେ ରାସ୍ତାରେ ଯାତାୟତ ସମସ୍ୟା ମଧ୍ୟ ପ୍ରଭାବିତ ହୋଇଛି । ଏହି କୁହୁଡ଼ି ଯୋଗୁଁ ବୌଦ୍ଧ ଜିଲ୍ଲାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଛି । ବାଉଁଶୁଣୀ ଥାନା ବହିରା ଛକ ନିକଟରେ ଏକ ବୋଲେରୋକୁ ଧକ୍କା ଦେଇଛି ଟ୍ରକ । ଦୁର୍ଘଟଣା ଫଳରେ ୮ ଜଣ ଗୁରୁତର ହୋଇଛନ୍ତି । ତେବେ ଦୁର୍ଘଟଣାରେ ଗୁରୁତର ହୋଇଥିବା ୮ ଜଣ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ପୁରୀ ବୁଲିବାକୁ ଆସିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ଏହି ପରିବାରର ୮ ଜଣ ସଦସ୍ୟ । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.