ଭୁବନେଶ୍ବର: ବିଦେଶରେ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ବିବାଦ ଦେଖାଯିବା ପରେ ନଇଁଛି ଇସ୍କନ । ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ଚେବନୀ ପରେ ରଥଯାତ୍ରାକୁ ବାତିଲ କରାଯାଇଛି । ଏହାରି ଭିତରେ ରଖଯାତ୍ରା ନେଇ ଏକ ବିବୃତ୍ତି ଜାରି କରାଯାଇଛି । ରଥ ଗଡିବ ହେଲେ କାଳିଆ ଠାକୁରଙ୍କୁ ଚଢାଯିବନି ବୋଲି ଦର୍ଶାଯାଇଛି । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ପରିବର୍ତ୍ତେ ନିତାଇ ଗୌରୀ ଏବଂ କୃଷ୍ଣବଳରାମଙ୍କୁ ରଥରେ ବସାଇ ପରିକ୍ରମା କରିବାକୁ ଯୋଜନା କରିଛି । ଏନେଇ ଇସ୍କନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଇସ୍କନର ଏଭଳି ବୟାନକୁ ନେଇ ମଧ୍ୟ ବିବାଦ ଦେଖାଯାଇଛି । ଅନେକ ଏହାକୁ ବିରୋଧ କରୁଥିବା ବେଳେ ଆଉ କିଛି ଜଣ ଏହାକୁ ଇସ୍କନର ନୂଆ ଡ୍ରାମା ବୋଲି କହିଛନ୍ତି ।
ପ୍ରକାଶଥାଉକି, ପୂର୍ବରୁ ଇସ୍କନ ସ୍ନାନଯାତ୍ରୀ ସହିତ ରଥଯାତ୍ରା ନେଇ ଘୋଷଣା କରିଥିଲା । ଏହାକୁ ନେଇ ପ୍ରେସମିଟ କରି ବର୍ଷିଥିଲେ ଗଜପତି ମହାରାଜା କଷ୍ଣଚନ୍ଦ୍ର ଗଜପତି । 1969 ମସିହାରୁ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରିଆସୁଛି । ତେବେ ବାରମ୍ବାର ବାରଣ କରିବା କାରଣରୁ 2021 ମସିହାରୁ ଏହା ହେଉନଥିଲା । କିନ୍ତୁ ବିଦେଶରେ ଇସ୍କନ ଏହି ନିୟମ ଭାଙ୍ଗି ରଥଯାତ୍ରା କରୁଛି । ବହୁତ ହୋଇଗଲା ଏଥର ଆଉ ଛଡାଯିବନି । ଆଇନର ରାସ୍ତା ନେବୁ ବେଲି ଗଜପତି ମହାରାଜା କହିବା ପରେ ନଇଁଥିଲା ଇସ୍କନ ।