fbpx

୨୦୨୨ ବର୍ଷରେ କ’ଣ ସବୁ ଘଟିଥିଲା: ଆସନ୍ତୁ ନଜର ନପାଇବା ଅତୀତର ଘଟଣାବଳୀ ଉପରେ, ଜାଣନ୍ତୁ ସବିଶେଷ ବିବରଣୀ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଦାୟ ନେବାକୁ ଯାଉଛି ୨୦୨୨, ଆଉ ପାଦ ଥାପିବ ନୂଆବର୍ଷ ୨୦୨୩ । ତେବେ ୨୦୨୨ ବର୍ଷ ଅନେକ ବିବାଦୀୟ ତଥା ସଫଳତାର ବର୍ଷ ରହିଥିଲା । ଏପରି କିଛି ଘଟଣା ମନରେ ଖୁସି ଭରିଦେଇଥିବା ବେଳେ ଆଉ କିଛି ଦେଇଯାଇଥିଲା ଭୟଙ୍କର ଝଟକା । ଏହି ବର୍ଷ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କିଛି ନୂଆ ଯୋଜନା ପ୍ରଣୟନ କରିଥିଲେ । ସେହିପରି ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଜନମାନସରୁ ସବୁଦିନ ପାଇଁ ବିଦାୟ ନେଇଥିଲେ । ଆସନ୍ତୁ ନଜର ପକାଇବା ୨୦୨୨ ଜାନୁଆରୀ ମାସର କିଛି ଅଭୁଲା ମୁହୂର୍ତ୍ତକୁ ।

୧- ଅଧ୍ୟାପକ, ଶିକ୍ଷକଙ୍କୁ ସପ୍ତମ ବେତନ କମିସନ ଦରମା, ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ୧୫ରୁ ୧୮ ବର୍ଷୀୟଙ୍କ ପାଇଁ କରୋନା ଟିକାକରଣ ସ୍ଲଟ୍ ବୁକିଂ ।

୨- ତୃତୀୟ ଲହର ଆଡ଼କୁ ଓଡ଼ିଶା । ଅସ୍ଥାୟୀ ହସ୍ପିଟାଲ ତିଆରି ପାଇଁ ରାଜ୍ୟଙ୍କୁ କେନ୍ଦ୍ରର ନିର୍ଦ୍ଦେଶ ।

୩- ରାଜ୍ୟରେ ୨୩ ଓମିକ୍ରନ ଆକ୍ରାନ୍ତ । କିଶୋରଙ୍କ ଟିକାକରଣ ଆରମ୍ଭ ।

୪- କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ)ଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର ।

୫- ମାଟ୍ରିକ୍ ଏସଏ-୧ ପରୀକ୍ଷା ଆରମ୍ଭ ।

୬- ସୁରକ୍ଷା ତ୍ରୁଟି କାରଣରୁ ପଞ୍ଜାବରେ ଫ୍ଲାଏ ଓଭରରେ ଅଟକିଲେ ପିଏମ୍ ମୋଦୀ । କରୋନା ସଂକ୍ରମଣ ବଢ଼ିବା କାରଣରୁ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ସମୟ ବଢ଼ିଲା ।

୭- ନିର୍ବାଚନରେ ସାଂସଦ ଓ ବିଧାୟକଙ୍କ ଖର୍ଚ୍ଚ ସୀମା ବୃଦ୍ଧି ।

୮- ଦେଶରେ ଟିକାକରଣ ୧୫୦ କୋଟି ଟପିଲା ।

୯- ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ବିଧାନସଭା ତାରିଖ ଘୋଷଣା ।

୧୦- ରାଜ୍ୟରେ କୋଭିଡ୍ ବୁଷ୍ଟର ଡୋଜ୍ ଆରମ୍ଭ ।

୧୧- ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ସରକାରୀ ଚାକିରି ବୟସସୀମା ୩୨ରୁ ୩୮କୁ ବଢ଼ିଲା ।

୧୨- ରାଜ୍ୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷିତ । ପରଲୋକରେ ଅଭିନେତା ମିହିର ଦାସ, ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀ, ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳ ।

୧୩- ମେୟର ପଦ: ଭୁବନେଶ୍ୱର ଓ ବ୍ରହ୍ମପୁର ମହିଳା, କଟକ ଅସଂରକ୍ଷିତ ।

୧୪- ଓଡ଼ିଶାର ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ଦେହାନ୍ତ ।

୧୫- ୮ ସିଟ୍ ଗାଡ଼ି ପାଇଁ ୬ ଏୟାରବ୍ୟାଗ୍ ବାଧ୍ୟତାମୂଳକ ।

୧୬- ଟେଷ୍ଟରୁ ଅଧିନାୟକ ପଦ ଛାଡ଼ିଲେ ବିରାଟ କୋହଲି ।

୧୭- ବିଷାକ୍ତ ମଦ ପିଇ ପାଟନାରେ ୧୦ ମୃତ।

୧୮- ଭଦ୍ରକର କୋଭିଡ୍ ସଂକ୍ରମିତ ଅଭିଷେକ ମହାପାତ୍ରଙ୍କ ମୃତ୍ୟୁ ପରେ ପତ୍ନୀ ମୌସୁମୀ ଫେରାଇଲେ ୪୦ ଲକ୍ଷ । ସମାଜସେବୀ ଶାନ୍ତି ଦେବୀ, କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବୀରଜୁ ମହାରାଜଙ୍କ ଦେହାନ୍ତ ।

୧୯- ବିଶ୍ୱର ଶ୍ରେଷ୍ଠ ୧୫ ସହର ମଧ୍ୟରେ ରାଉରକେଲା- ବ୍ଲୁମବର୍ଗ ୨୦୨୧ ରିପୋର୍ଟ ।

୨୦- ନୂଆଦିଲ୍ଲୀ- ମଝି ଆକାଶରେ ଦୁଇ ଇଣ୍ଡିଗୋ ବିମାନ ମୁହାଁମୁହିଁ ।

୨୧- ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ଅମର ଯବାନ ଜ୍ୟୋତି ।

୨୨- ୨ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ଼ ।

୨୩- ସୋନପୁରରେ ଦୁର୍ଘଟଣାରେ ବାପ-ଝିଅ ସମେତ ୫ ମୃତ ।

୨୪- ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତୀ ଉନ୍ମୋଚିତ, ପୁରୀରେ ୫ ବର୍ଷରୁ ଶିଶୁକୁ ଗଣଦୁଷ୍କର୍ମ ।

୨୫- ତୃତୀୟ ଲହରରେ ଗ୍ରାମାଞ୍ଚଳରେ ଅଧିକ ସଂକ୍ରମଣ- ଏସବିଆଇ ସର୍ଭେ ।

୨୬- ୧୨୮ ଜଣଙ୍କୁ ପଦ୍ମ ପୁରସ୍କାର ଘୋଷଣା, ୭ ଓଡ଼ିଆ ସ୍ଥାନ ପାଇଲେ । ମୁମ୍ବାଇରେ ୭ ଡାକ୍ତରୀ ଛାତ୍ରୀ ଦୁର୍ଘଟଣାରେ ଚାଲିଗଲେ ।

୨୮- ୩୦ ବର୍ଷ ପରେ ଶ୍ରୀନଗର ଘଣ୍ଟାଘର ଉପରେ ଉଡ଼ିଲା ତ୍ରିରଙ୍ଗା । ହକି କିମ୍ବଦନ୍ତୀ ଚରଣଜିତ ସିଂହଙ୍କ ପରଲୋକ ।

୨୯- ଏଡିଆର ରିପୋର୍ଟ- ବିଜେପି ପାଖରେ ୭୦ ପ୍ରତିଶତ ସମ୍ପତ୍ତି ।

୩୦- ଠକଙ୍କ ମାୟାଜାଲରେ ରାଜଧାନୀ ଭୁବନେଶ୍ୱର: ୧୧ ମାସରେ ୭୯୧ ଶିକାର ।

୩୧- ନାଡାଲ ଜିତିଲେ ଅଷ୍ଟ୍ରେଲିଆ ଓପନ ।

Get real time updates directly on you device, subscribe now.