fbpx

ଏମିତି ତିଆରି କରନ୍ତୁ Mix Fruit Raita, ସ୍ୱାଦିଷ୍ଟ ସାଙ୍ଗକୁ ଶରୀରର ପାଇଁ ଲାଭଦାୟକ

ଓଡିଶା ଭାସ୍କର: ଅଧିକାଂଶ ଲୋକ ଏମିତି କିଛି ପିଇବାକୁ ଚାହାନ୍ତି ଯାହା ଶରୀର ପାଇଁ ଲାଭଦାୟକ ହେବା ସହ ସ୍ୱାଦିଷ୍ଟ ମଧ୍ୟ ହୋଇଥିବ । ଯଦି ଆପଣ ବି ସେମିତି କିଛି ଟେଷ୍ଟି ଓ ସ୍ୱାସ୍ଥ୍ୟକର ପିଇବା ପାଇଁ ଚାହାନ୍ତି, ତେବେ ଘରରେ ତିଆରି ଏହି ରେସିପିକୁ ନିଶ୍ଚିତଭାବରେ ବ୍ୟବହାର କରି ପାରିବେ । ଏହିକ୍ରମରେ ଘରରେ ରହି ଆପଣ ନିଜେ ମିକ୍ସ ଫ୍ରୁଡସ ରାୟତା ତିଆରି କରି ପାରିବେ । ଏହା ତିଆରି କରିବା ବେଶ୍ ସହଜ ମଧ୍ୟ ଅଟେ ।

ଏହାକୁ ତିଆରି କରିବେ ପାଇଁ ପ୍ରଥମେ ଗୋଟିଏ ପାତ୍ରରେ ଦହିକୁ ରଖନ୍ତୁ । ପରେ ଦହିରେ ଭିନ୍ନ ଭିନ୍ନ ଫଳ, ଜୀରା ପାଉଡର, କଳା ଲୁଣ ତଥା ଚିନିର ମିଶ୍ରଣ କରନ୍ତୁ । ପରବର୍ତ୍ତୀ ସମୟରେ ଏହାକୁ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଂ କରିନ୍ତୁ । ଏହା ଭଲଭାବରେ ମିଶ୍ରଣ ହେବା ପରେ ସେଥିରୁ ବାହାର କରି ୧୫ ମିନିଟ ଯାଏଁ ରଖି ଦିଅନ୍ତୁ । ପ୍ରସ୍ତୁତ ହୋଇଯିବ ଆପଣଙ୍କ ମିକ୍ସ ଫ୍ରୁଡସ ରାୟତା । ଯାହା ଆପଣଙ୍କ ଶରୀର ଓ ମନରେ ସତେଜତା ଆଣିବ ପିଇ ସାରିବା ପରେ । ସ୍ୱାସ୍ଥ୍ୟକର ହୋଇ ଉଠିବ ଆପଣଙ୍କ ଶରୀର । ପ୍ରତ୍ୟେହ ସକାଳୁ ଜଣେ ଏହାକୁ ବ୍ୟବହାର କରି ନିଜ ଶରୀରରେ ସ୍ଫୂର୍ତ୍ତି ଓ ଊର୍ଜାର ବିକାଶ କରି ପାରିବ । ତାହାସହ ଅନେକ ରୋଗକୁ ବି ଆପଣ ବାଏ ବାଏ କହିବେ ।

Get real time updates directly on you device, subscribe now.