“ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ”: ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି କହିଲେ ଆଇନମନ୍ତ୍ରୀ
ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାମ ନେଉନି। ଏଥିରେ ରାଜନୈତିକ ତର୍କ ବିତର୍କ ଜାରି ରହିଛି।
ଏହି ଆଲୋଚନା ମଧ୍ୟରେ ଶୁଣିବାକୁ ମିଳିଥିଲା ଯେ, ପୁରୀର ଜଗନ୍ନାଥ ମୂର୍ତ୍ତି ତିଆରି ବେଳେ ଯେଉଁ ଦାରୁ ବଳିଥିଲା ସେଥିରେ ଦୀଘା ମନ୍ଦିରର ଜଗନ୍ନାଥଙ୍କ ମୂର୍ତ୍ତି ତିଆରି ହୋଇଛି। ତେବେ ବର୍ତ୍ତମାନ ଏହି କଥାକୁ ନେଇ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ।
ସେ କହିଛନ୍ତି ଯେ, ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ହୋଇଥିବା କଥା ମିଛ। ମହାରଣା ସେବକଙ୍କ ସହ ଆଲୋଚନା ପରେ ସ୍ପଷ୍ଟ ହୋଇଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରେସ୍ ମିଟ୍ କରି ସୂଚନା ଦେଇଛନ୍ତି।