fbpx

ଅର୍ଜୁନ କପୁରଙ୍କ birthday bashରେ ଆସିଲେ ନାହିଁ ମଲାଇକା ଅରୋରା, ଜାଣନ୍ତୁ ବ୍ରେକ୍‌ଅପର ଗୁଜବ ସତ କି ମିଛ

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍ ହଙ୍କ୍ ଅର୍ଜୁନ କପୁର ଆଜି ନିଜ ୩୯ତମ ଜନ୍ମଦିନ ପାଳନ କରୁଛନ୍ତି । ଅର୍ଜୁନ ଜନ୍ମଦିନର ଗୋଟିଏ ରାତି ପୂର୍ବରୁ ଜୁହୁ ସ୍ଥିତ ଘରେ ମିଡ୍ ନାଇଟ୍ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ସୀମିତ ପରିବାର ବର୍ଗ, ସାଙ୍ଗସାଥୀଙ୍କ ସହ ବଲିଉଡ ସେଲିବ୍ରିଟିଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କିନ୍ତୁ ପାର୍ଟିରେ ତାଙ୍କ ଲେଡି ଲଭ୍ ଅର୍ଥାତ ମଲାଇକା ଅରୋରା ପହଞ୍ଚିନଥିଲେ ଯାହକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ତେବେ ବଲିଉଡର ଏହି କପଲଙ୍କ ସମ୍ପର୍କର ବାସ୍ତବତା କ’ଣ ? ଦୁହିଙ୍କ ବ୍ରେକ୍‌ଅପ୍ ଗୁଜବ ସତ ନୁହେଁ ତ ? ଏଭଳି ଅନେକ ପ୍ରଶ୍ନ ଫ୍ୟାନ୍ସଙ୍କ ମନକୁ ଆନ୍ଦୋଳିତ କରୁଛି ।

ଅର୍ଜୁନ କପୁରଙ୍କ ଜନ୍ମଦିନ ଉତ୍ସବରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁବାନ୍ଧବଙ୍କ ସହ ଜାହ୍ନବୀ କପୁର, ଶନାୟା କପୁର, ମୋହିତ ମାରୱା, ସଞ୍ଜୟ କପୁର, ମହିପ କପୁର, ବରୁଣ ଧୱନ, ନତାଶା ଆଦିତ୍ୟ ରାୟ କପୁରଙ୍କ ଭଳି ଅନେକ ହାଇପ୍ରୋଫାଇଲ ସେଲିବ୍ରିଟି ସାମିଲ ଥିଲେ । ପ୍ରଥମ ଥର ପାଇଁ ଅର୍ଜୁନଙ୍କ ଲେଡି ଲଭ୍ ଏହି ପାର୍ଟିରେ ନଜର ଆସିନଥିଲେ । ଏହା ବ୍ୟତୀତ ମଲାଇକା ଅର୍ଜୁନଙ୍କ ପାଇଁ କୌଣସି ବାର୍ଥଡେ ପୋଷ୍ଟ ଶେୟାର କରିନାହାଁନ୍ତି । ଦୀର୍ଘ ଦିନରୁ ମଲାଇକା ଏବଂ ଅର୍ଜୁନଙ୍କ ବ୍ରେକ୍‌ଅପକୁ ନେଇ ଖବର ସାମ୍ନାକୁ ଆସୁଛି । କିନ୍ତୁ ଉଭୟ ନିଜ ସମ୍ପର୍କକୁ ନେଇ ନିରବ ଅଛନ୍ତି । ଅର୍ଜୁନଙ୍କ ଜନ୍ମଦିନ ଉତ୍ସବରେ ମଲାଇକା ସାମିଲ ନ ହେବା ଲୋକଙ୍କ ସନ୍ଦେହକୁ ପୁଣି ଥରେ ତାଜା କରିଦେଇଛି ।

 

Get real time updates directly on you device, subscribe now.