fbpx

ଛଅ ମହଲା ଉପରୁ ଡେଇଁ ପ୍ରାଣ ହାରିଲେ ମଲାଇକା ଆରୋରାଙ୍କ ବାପା, ଘଟଣାସ୍ଥଳରେ ପୋଲିସର ଛାନଭିନ

ନୂଆଦିଲ୍ଲୀ: ମଲାଇକା ଆରୋରାଙ୍କ ଘରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀଙ୍କ ବାପା ବର୍ତ୍ତମାନ ଏହି ଦୁନିଆରେ ନାହାନ୍ତି। ସେ ପ୍ରାଣ ହାରିଛନ୍ତି। ଆଜି ସକାଳ ୯ଟା ପାଖାପାଖି ଏହି ଘଟଣା ବିଷୟରେ ଜଣାପଡିଛି। ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା ଅନୀଲ ଅରୋରା ଛଅ ମହଲାର ଗ୍ୟାଲେରୀରୁ ଡେଇଁ ପ୍ରାଣ ହାରିଛନ୍ତି। ବାନ୍ଦ୍ର ପୋଲିସ ଏବଂ କ୍ରାଇମ ବ୍ରାଞ୍ଚ ଟିମ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସକୁ ଏପର୍ଯ୍ୟନ୍ତ ସେଠାରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ। କୁହାଯାଉଛି ଯେ, ମଲାଇକାଙ୍କ ବାପାଙ୍କ ଦେହ ବହୁଦିନରୁ ଅସୁସ୍ଥ ଥିଲା।

ଏହି ଘଟଣା ଘଟିବା ସମୟରେ ଅଭିନେତ୍ରୀ ଘରେ ନଥିଲେ। ଏହି ଖବର ବିଷୟରେ ଜାଣିବାକୁ ପାଇବା ମାତ୍ରେ ମଲାଇକା ଆରୋରା ପୁନେରୁ ମୁମ୍ବାଇ ଗସ୍ତ କରିଥିଲେ। ଅଭିନେତ୍ରୀଙ୍କ ବାପାଙ୍କ ଶବକୁ ବାବା ହସ୍ପିଟାଲରେ ରଖାଯାଇଛି। ପୋଲିସ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛି। ମଙ୍ଗଳବାର ସଂଧ୍ୟାରେ ଅଭିନେତ୍ରୀଙ୍କୁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ସ୍ପଟ୍ କରାଯାଇଥିଲା। ସେହି ସମୟରେ ଅଭିନେତ୍ରୀ ବହୁତ ଖୁସି ଥିଲେ। ଏହାପରେ ସେ ନିଜ ସାଙ୍ଗମାନଙ୍କ ସହ ପାର୍ଟୀ କରିବାକୁ ପହଞ୍ଚିଥିଲେ।

ମଲାଇକା ଆରୋରାଙ୍କ ପରିବାରରେ ତାଙ୍କ ଭଉଣୀ ଅମୃତା ଆରୋରା ଏବଂ ତାଙ୍କ ମାଆ। ତାଙ୍କ ବାପା ହିନ୍ଦୁ ଥିବା ବେଳେ ତାଙ୍କ ମାଆ କେରଳରେ ରହୁଥବା ଖ୍ରୀଷ୍ଟିଆନ ଥିଲେ। ମଲାଇକା ଯେତେବେଳେ ୬ ବର୍ହର ଥିଲେ ତାଙ୍କ ମାଆ ବାପାଙ୍କର ଛାଡପତ୍ର ହୋଇଥିଲା। ଏହାପରେ ସେ ଠାଣେରୁ ଚେମ୍ବୁର ପଳାଇଥିଲେ। ତାଙ୍କ ମାଆଙ୍କ ପାଖେ ସେ ବଡ଼ ହୋଇଛନ୍ତି।

Get real time updates directly on you device, subscribe now.