“ପ୍ରେମ କରିବାକୁ ମୁଁ କେବେ ମନା କରିପାରିବିନି” ଦ୍ୱିତୀୟ ବିବାହର ଇସାରା ଦେଲେ ହଟ୍ ଆଇଟମ୍ ଗାର୍ଲ ମଲାଇକା

ଅର୍ଜୁନଙ୍କ ସହ ବ୍ରେକଅପ୍ ପରେ ଏକୁଟିଆ ଅଛନ୍ତି ମଲାଇକା । ଅରବାଜଙ୍କଠାରୁ ୨୦୧୭ରେ ହୋଇଥିଲେ ଅଲଗା ।

ମୁମ୍ବାଇ: ବଲିଉଡ୍ର ଡଟ୍ ଆଇଟମ୍ ଗାର୍ଲ ମଲାଇକା କରିବେ ଦ୍ୱିତୀୟ ବିବାହ । ଯାହାକୁ ନେଇ ଏବେ ବଲିଉଡ୍ ଜଗତରେ ଖେଳିଯାଇଛି ଚାଞ୍ଚଲ୍ୟ ।

କିନ୍ତୁ ଏ କଥାରେ କେତେ ସତ୍ୟାସତ୍ୟ ଅଛି, ତାହା ଜଣାପଡ଼ି ନାହିଁ । କାରଣ ମଲାଇକା ଦ୍ୱିତୀୟ ବିବାହ ସମ୍ପର୍କରେ ମନ ଖୋଲି ନିଜ ମନ୍ତବ୍ୟ ପ୍ରକାଶ କରିଛନ୍ତି ।

ଅରବାଜଙ୍କଠାରୁ ଅଲଗା ହେବା ପରେ ମଲାଇକାକୁ ଦ୍ୱିତୀୟ ବିବାହ କରିବା ପାଇଁ ତାଙ୍କ ଘରଲୋକ ଓ ବନ୍ଧୁ ପରାମର୍ଶ ଦେଇଥିଲେ । ସେମାନଙ୍କ କଥାକୁ ମଲାଇକା ଏଡ଼ାଇ ପାରି ନ ଥିଲେ । କାରଣ ସେ ଥିଲେ ହାର୍ଡକୋର୍ ରୋମାଣ୍ଟିକ୍ ପର୍ସନ ।

ପ୍ରେମ ଉପରେ ତାଙ୍କ ବିଶ୍ୱାସ ରହିଛି । ପ୍ରେମକୁ ମୁଁ କେବେ ବାରଣ କରିପାହିଁ । ସବୁବେଳେ ଭଲପାଇବାକୁ ଗୋଟିଏ ମଉକା ଦେବାକୁ ଚାହେଁ । ଏକ ଏଣ୍ଟରଟେନମେଣ୍ଟ ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ଏମିତି କିଛି କହିଛନ୍ତସି ମଲାଇକା ।

୨୦୧୭ରେ ଅରବାଜଙ୍କଠାରୁ ଅଲଗା ହେବା ପରେ ୨୦୧୮ରେ ମଲାଇକା ଅର୍ଜୁନ କପୁରଙ୍କୁ ଡେଟ୍ କରିବା ଆରମ୍ଭ କରିଦେଲେ । ପ୍ରତ୍ୟେକ ପାର୍ଟି, ଫଙ୍କଶନରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଲା ।

ବିଦେଶରେ ଦୁହେଁ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଦୁହିଁଙ୍କ ସମ୍ପର୍କକୁ ନେଇ ଚାରିଆଡେ ଚର୍ଚ୍ଚା ବଢ଼ିଲା । କଥା ବାହାଘର ପର୍ଯ୍ୟନ୍ତ ପହଞ୍ଚିଗଲା ।

କିନ୍ତୁ କୌଣସି କାରଣରୁ ଦୁହିଁଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି । ମଲାଇକା ଓ ଅର୍ଜୁନ ଏବେ ଏକାଠି ନାହନ୍ତି । ଯାହାର କାରଣ ହୁଏତ କେହି ଜାଣି ନାହାନ୍ତି ।

କିନ୍ତୁ ଏତେ ସବୁ ପରେ ବି ମଲାଇକା ପୁଣିଥରେ ପ୍ରେମରେ ପଡ଼ିବାକୁ ପ୍ରସ୍ତୁତ ଥିବା କହିଛନ୍ତି ।