fbpx

ବଢୁଛି ମ୍ୟାଲେରିଆ ସଂକ୍ରମଣ: ଗୋଟିଏ ଗାଁରୁ ୩୦ରୁ ଅଧିକ ଲୋକ ଆକ୍ରାନ୍ତ, ଦମ୍ପତିଙ୍କ ମୃତ୍ୟୁ ଅଭିଯୋଗ

AAKASH

ବୈପାରୀଗୁଡ଼ା: ମୌସୂମୀ ଆସିବା ପୂର୍ବରୁ ରାଜ୍ୟରେ ବଢିଲାଣି ମ୍ୟାଲେରିଆ ଆତଙ୍କ । ବୈପାରୀଗୁଡ଼ା କାଲିଆଟାଲ ଗାଁରେ ମ୍ୟାଲେରିଆ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଏହି ଗାଁର ଦୁଇ ଜଣ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଗଁରେ ଦିନକୁ ଦିନ ମ୍ୟାଲେରିଆ ସଂକ୍ରମଣ ମାମଲା ଖୁବ ବୃଦ୍ଧି ପାଇବାରେ ଲାଗିଛି । ଏହା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଗାଁର ପ୍ରାୟ ୩୦ରୁ ଅଧିକ ଲୋକ ମ୍ୟାଲେରିଆରେ ସଂକ୍ରମିତ ହୋଇଥିବା ଜାଣିବାକୂ ମିଳିଛି । ତେବେ ଏହି ସଂକ୍ରମଣରେ ରୋକ ଲଗାଇବା ପାଇଁ ଗାଁରେ ଡାକ୍ତରୀ ଟମ୍ ପହଞ୍ଚିଛି । ଏମାନଙ୍କ ଚିକିତ୍ସା କରିବା ସହ ସଠିକ ବ୍ୟବସ୍ଥା କରିବା ପାଇଁ ଡାକ୍ତରୀ ଟିମ୍ ଗଠନ କରାଯାଇଛି ।

Get real time updates directly on you device, subscribe now.