fbpx

ମ୍ୟାଲେରିଆ ବିରୋଧ ଲଢେଇରେ ଐତିହାସିକ ପଦକ୍ଷେପ: କାମେରୁନ ଆରମ୍ଭ କଲା ଦୁନିଆର ପ୍ରଥମ ରୁଟିନ୍ ଟିକା ପୋଗ୍ରାମ

Advertisement

ନୂଆଦିଲ୍ଲୀ: ମ୍ୟାଲେରିଆ ଏକ ମାରାତ୍ମକ ମଶା ଜନିତ ରୋଗ, ଯେଉଁଥିରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥାଏ, ବିଶେଷ କରି ଆଫ୍ରିକାରେ ଏପରି ପରିସ୍ଥିତି ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଏହି ରୋଗ ବିରୋଧ ଲଢ଼େଇରେ ଆଶାର ଏକ ବଡ଼ କିରଣ ମିଳିଛି । ମ୍ୟାଲେରିଆ ମୁକାବିଲା ପାଇଁ ଏକ ବଡ ପଦକ୍ଷେପ ଭାବରେ ବିବେଚନା କରାଯାଉଥିବା କାମେରୁନ୍ ବିଶ୍ୱର ପ୍ରଥମ ରୁଟିନ୍ ଟିକା କାର୍ଯ୍ୟକ୍ରମ ଆରମ୍ଭ କରିଛି ।

ବ୍ରିଟିଶ ମେଡିସିନ୍ ନିର୍ମାତା ଜିଏସକେ ଦ୍ୱାରା ବିକଶିତ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଳୁଏଚଓ) ଅନୁମୋଦିତ ଆରଟିଏସ,ଏସ ଭ୍ୟାକ୍ସିନ୍ ସହିତ ଏହି ଟିକାକରଣ କରାଯିବ । ଆରମ୍ଭରେ ଏହି ଟିକା କାମେରୁନର ୪୨ ଟି ଜିଲ୍ଲାର ପିଲାମାନଙ୍କୁ ଦିଆଯିବ ଯେଉଁମାନେ ମ୍ୟାଲେରିଆ ଦ୍ୱାରା ଅଧିକ ପ୍ରଭାବିତ ହୋଇଥାନ୍ତି ।

ରୁଟିନ୍ ଟିକା କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଟିକା ପରିଚାଳନା କରିବାରେ କାମେରୁନ୍ ପ୍ରଥମ ଦେଶ ହେବ । ଏହାପୂର୍ବରୁ କେନିଆ, ଘାନା ଏବଂ ମଲାୱିରେ ଏହାର ସଫଳ ପାଇଲଟ୍ ଅଭିଯାନ ଚାଲିଥିଲା । ଏହି ଟିକା ସମଗ୍ର ଆଫ୍ରିକାରେ ହଜାର ହଜାର ପିଲାଙ୍କ ଜୀବନ ରକ୍ଷା କରିବ ବୋଲି ବିଶ୍ୱାସ କରାଯାଉଛି । ଡବ୍ଲୁଏଚଓ ଆକଳନ କରିଛି ଯେ ଏହି ଟିକା ପ୍ରତିବର୍ଷ ୪ ଲକ୍ଷରୁ ଅଧିକ ପିଲାଙ୍କ ଜୀବନ ରକ୍ଷା କରିପାରିବ ।

ମ୍ୟାଲେରିଆ ବିରୋଧରେ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ :-
କାମେରୁନର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମାଲଚି ମାନାଉଦା ଟିକା କାର୍ଯ୍ୟକ୍ରମ ଆରମ୍ଭକୁ ‘ମ୍ୟାଲେରିଆ ବିରୋଧରେ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ’ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଏହି ଟିକା ଆମକୁ ଏହି ମାରାତ୍ମକ ରୋଗର ମୁକାବିଲା ପାଇଁ ଏକ ଶକ୍ତିଶାଳୀ ଅସ୍ତ୍ର ଦେଇଥାଏ ଏବଂ ପ୍ରତ୍ୟେକ ଶିଶୁ ସୁସ୍ଥ ଜୀବନଯାପନ କରିବାର ସୁଯୋଗ ପାଇଥାଏ ବୋଲି ସେ କହିଛନ୍ତି । ତେବେ ଆରଟିଏସ,ଏସ ଟିକା ମ୍ୟାଲେରିଆ ପାଇଁ ୧୦୦% ପ୍ରଭାବଶାଳୀ ନୁହେଁ । ମ୍ୟାଲେରିଆର ଭୟଙ୍କର ପରିସ୍ଥିତିକୁ ରୋକିବାରେ ଏବଂ ଶିଶୁ ମୃତ୍ୟୁହାର ହ୍ରାସ କରିବାରେ ଏହା ସହାୟକ ହୋଇଥାଏ, କିନ୍ତୁ ଏହା ସଂକ୍ରମଣକୁ ସମ୍ପୂର୍ଣ୍ଣ ରୂପେ ରୋକାଯାଇପାରିବ ନାହିଁ ।

Get real time updates directly on you device, subscribe now.