fbpx

ମାଲାୱିର ଉପରାଷ୍ଟ୍ରପତିଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ, ଅନ୍ୟ ୯ଜଣ ମଧ୍ୟ ସାମିଲ, ୨୪ ଘଣ୍ଟା ପରେ ବିମାନର ଧ୍ୱଂସାବଶେଷ ଉଦ୍ଧାର

Advertisement

ଲିଲଙ୍ଗୱେ: ପୂର୍ବ ଆଫ୍ରିକୀୟ ଦେଶର ମାଲାୱିର ଉପରାଷ୍ଟ୍ରପତି ସାଉଲୋସ ଚିଲିମାଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ତାଙ୍କ ସହ ବିମାନରେ ଥିବା ଅନ୍ୟ ୯ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି । ମାଲାୱି ରାଷ୍ଟ୍ରପତି ଲାଜାରସ୍ ଚକୱେରାଙ୍କ କହିବାନୁଯାୟୀ ବିମାନଟି ଲିଲୋଙ୍ଗୱେରୁ ସ୍ଥାନୀୟ ସମୟାନୁସାରେ ସୋମବାର ସକାଳ ୯ଟା ୧୭ରେ ଛାଡ଼ିଥିଲା ଏବଂ ଏହାକୁ ୪୫ ମିନିଟ ପରେ ପହଂଚିବାର ଥିଲା । କିନ୍ତୁ ଖରାପ ପାଗ ଯୋଗଁ ବିମାନ ବନ୍ଦର କର୍ତ୍ତୃପକ୍ଷ ବିମାନକୁ ଫେରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହା ପରେ ରାଡାରରୁ ବିମାନ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା । ଏହା ପରେ ନିଖୋଜ ବିମାନକୁ ସର୍ଚ୍ଚ ଅପରେସନ୍ ଜାରି କରାଯାଇଥିଲା ।

ସୂଚନାରୁ ପ୍ରକାଶ ସୋମବାର ମାଲାୱିର ରାଜଧାନୀ ଲିଲୋଙ୍ଗୱେରୁ ଏକ ମଲାୱି ଡିଫେନ୍ସ ଫୋର୍ସର ବିମାନଟି ଉଡ଼ାଣ ଭରିଥିଲା । ଏଥିରେ ଉପରାଷ୍ଟ୍ରପତିଙ୍କ ବ୍ୟତୀତ ଅନ୍ୟ ୯ ଜଣ ମଧ୍ୟ ବିମାନରେ ଥିଲେ । ତେବେ ନିର୍ଦ୍ଧାରିତ ସମୟରେ ବିମାନଟି ତାହାର ଗନ୍ତବ୍ୟସ୍ଥଳ ମଜୁଜୁରେ ଅବତରଣ କରିନଥିଲା । ତେବେ ପ୍ରାୟ ୨୪ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉପରାଷ୍ଟ୍ରପତିଙ୍କ ବିମାନର ଧ୍ୱଂସାବଶେଷ ଜଙ୍ଗଲର ଏକ ପାହାଡ଼ରୁ ଉଦ୍ଧାର କରାଯାଇଥିବା କହିଛନ୍ତି ରାଷ୍ଟ୍ରପତି ଚକୱେରା ।

 

 

 

Get real time updates directly on you device, subscribe now.