ନୂଆଦିଲ୍ଲୀ: ଫିଲ୍ମ ଇଣ୍ଡଷ୍ଟ୍ରୀରେ ଆଜି ସକାଳେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଫିଲ୍ମ ଏବଂ ଟିଭି ସିରିୟାଲରୁ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରସିଦ୍ଧ ବରିଷ୍ଠ ଅଭିନେତା ମେଘନାଥନଙ୍କ ପରଲୋକ ଘଟିଛି। ସେ ୬୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ମିଡିଆ ରିପୋର୍ଟସ ମୁତାବକ, ମେଘନାଥନ ବହୁ ସମୟରୁ ନିଶ୍ୱାସ ନେଇ ପାରୁନଥିବାରୁ ତାଙ୍କୁ କୋଝିକୋଡର ବେବି ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତି ୨ଟାରେ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ନେଇଥିଲେ। ତାଙ୍କର ଶବଦାହ ଆଜି ଶୋରାନୂରରେ କରାଯିବ।
ମିଡିଆ ରିପୋର୍ଟ ମୁତାବକ, ବରିଷ୍ଠ ଅଭିନେତା ମେଘନାଥନ ମାଲାୟଲମ ଏବଂ ତାମିଲ ଫିଲ୍ମରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସେ ଫିଲ୍ମ ପରଦାରେ ଅଧିକାଂଶ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ଏଥିପାଇଁ ସେ ଲୋକପ୍ରିୟତା ହାସଲ କରିପାରିଥିଲେ। ନିଜର ଦମଦାର ଅଭିନୟରେ ସେ ଦର୍ଶକଙ୍କ ହୃଦୟରେ ବିଶେଷ ସ୍ଥାନ ଅଧିକାର କରିପାରିଛନ୍ତି। ସେ ଅଚାନକ ଦୁନିଆରୁ ବିଦାୟ ନେବା ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ସଭା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ମେଘନାଥନଙ୍କ ଫ୍ୟାନ୍ସ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି।
ମେଘନାଥନ ତାଙ୍କ ଜୀବନରେ ୫୦ରୁ ଅଧିକ ଫିଲ୍ମ କରିଛନ୍ତି। ସେ ଫିଲ୍ମରେ ୧୯୮୦ ରେ ପିଏମ ମେନନଙ୍କ ନିର୍ଦ୍ଦେଶନା ଫିଲ୍ମ ‘ଏଷ୍ଟ୍ରା’ରୁ କରିଥିଲେ। ଏହାପରେ ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କୁ ଶେଷଥର ଫିଲ୍ମ ‘କୁମନ’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ୨୦୨୨ରେ ରିଲିଜ ହୋଇଥିଲା।