fbpx
BJD
BJD SKY
BJD SKY

ଏହି ବ୍ୟକ୍ତିଙ୍କୁ ମିଳିଛି ୬୯୦ ବର୍ଷ ଆଜୀବନ କାରାଦଣ୍ଡ, ଅପରାଧ ଜାଣିଲେ ଆପଣ କହିବେ ମଣିଷ ନୁହେଁ ରାକ୍ଷାସ

BJD

କାଲିଫର୍ଣ୍ଣିଆ: ନିରୀହ ଶିଶୁଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗରେ ଜଣେ ପୁରୁଷ ସେବକଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ୬୯୦ ବର୍ଷ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ବ୍ୟକ୍ତିଙ୍କ ଉପରେ ୨ରୁ ୧୨ ବର୍ଷ ବୟସର ୧୬ ନାବାଳକଙ୍କୁ ଯୌନ ଉତ୍ପୀଡନ ଦେଇଥିବା ନେଇ ଅଭିଯୋଗ ଲାଗିଥିଲା । ଏହା ସହିତ ଏହି ବ୍ୟକ୍ତି ଜଣେ କିଶୋରଙ୍କ ସହ କରିଥିବା ଦୁଷ୍କର୍ମର ଭିଡିଓ ପ୍ରସ୍ତୁତ କରିଥିଲେ ।

ଆମେରିକା କାଲିଫର୍ଣ୍ଣିଆର କୋଷ୍ଟା ମେସାରେ ରହୁଥିବା ୩୪ ବର୍ଷୀୟ ମାଥ୍ୟୁ ଆଣ୍ଟୋନିଓ ଜକ୍ରୋଜଭେକ୍ସୀଙ୍କୁ କୋର୍ଟ ଛୋଟ ପିଲାଙ୍କ ସହ ଯୌନ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ମାଥ୍ୟୁକୁ ୨୦୧୯ରେ ଏକ ସ୍ଥାନୀୟ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା । ମାଥ୍ୟୁ ଉପରେ ପ୍ରଥମ ଅଭିଯୋଗ ଥିଲା ଏକ ୧୪ ବର୍ଷର ନାବାଳକ ସହିତ ଦୁଷ୍କର୍ମ କରିବା । ସେ ପିଲାଙ୍କୁ ଅପହରଣ କରି ସେମାନଙ୍କୁ ଅଶ୍ଳୀଳ ଚିତ୍ର ଦେଖାଇ ଯୌନ ଶୋଷଣ କରୁଥିଲା ।

ତେବେ ପ୍ରଥମେ ଦୁଇଟି ଅଭିଯୋଗ ଆସିବା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଦେଇଥିଲା । ଯେତେ ଯେତେ ଯାଞ୍ଚ ଆଗକୁ ବଢିଲା ସେତେସେତେ ଅଧିକ କେସ୍ ସାମ୍ନାକୁ ଆସିବାରେ ଲାଗିଲା । ଏ ପର୍ଯ୍ୟନ୍ତ ଏହା ଜଣାପଡିଛି ଯେ ମାଥ୍ୟୁ ୧୬ ନାବାଳକଙ୍କୁ ଯୌନ ଶୋଷଣ କରିଛି । ଏହି ମାମଲାରେ ଜିଲ୍ଲା ଆଟର୍ଣ୍ଣି କହିଛନ୍ତି ସମସ୍ତ ନାବାଳକଙ୍କୁ ସେବକ ପରିବର୍ତ୍ତେ ଜଣେ ରାକ୍ଷାସର ସାମ୍ନା କରିବାକୁ ପଡିଥିଲା ।

Get real time updates directly on you device, subscribe now.