fbpx

Air Indiaର ଟିକେଟ ବୁକିଂ ନାମରେ ଠକେଇ: କର୍ମଚାରୀ ନିଜ ଖାତାରେ ଟ୍ରାନ୍ସଫର କରିଛନ୍ତି ୧ କୋଟି

ନୂଆଦିଲ୍ଲୀ: ହରିୟାଣା ଗୁରୁଗ୍ରାମରେ ପୋଲିସ ଏକ ଠକେଇ ମାମଲାରେ ଅପରାଧୀଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତ ଜଣକ କଲ ସେଣ୍ଟରର ଜଣେ କର୍ମଚାରୀ, ଯିଏ ବଡ଼ ହୁସିଆର ସହ ଏୟାର ଇଣ୍ଡିଆର ଟିକେଟ ବୁକିଂ କରିବା ନାମରେ ଫ୍ରଡ କରିଛନ୍ତି ଏବଂ ଏଥିରେ ଥିବା ୧ କୋଟି ଟଙ୍କାକୁ ନିଜ ଖାତାକୁ ଟ୍ରାନ୍ସଫର କରିଛନ୍ତି । ଏହି ମାମଲା ଏୟାର ଟିକେଟ ବୁକିଂ ସେବା ଦେଉଥିବା କମ୍ପାନୀ ସହ ଜଡିତ ।

ପିଟିଆଇ ରିପୋର୍ଟ ମୁତାବକ, ଏୟାର ଇଣ୍ଡିଆକୁ ଟିକେଟ ବୁକିଂ ଏବଂ କଷ୍ଟମର ସର୍ଭିସ ଦେଉଥିବା ଏକ ପ୍ରାଇଭେଟ କମ୍ପାନୀର ଏକ କର୍ମଚାରୀ ଟିକେଟ ବୁକିଂ ସମୟରେ ପ୍ରାୟତଃ ୧କୋଟି ଟଙ୍କା ନିଜ ଖାତାକୁ ଟ୍ରାନ୍ସଫର କରିଛନ୍ତି । କମ୍ପାନୀର ମ୍ୟାନେଜର ନିଜେ ଏହି ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗରେ କୁହାଯାଇଛି ଯେ, କିଛି ଟ୍ରାଭେଲ ଏଜେଣ୍ଟମାନେ ମିଶି ତାଙ୍କ କମ୍ପାନୀର ୟୁଜର୍ସ ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ଠକେଇ କରିଛି ।

ଟିକେଟ ବୁକିଂ ନାମରେ ଏହି ଅଭିଯୋଗ ହୋଇଛି । ଗ୍ରାହକଙ୍କ ଦ୍ୱାରା ପେମେଣ୍ଟ କରାଯାଇଥିବା ପେମେଣ୍ଟକୁ କମ୍ପାନୀର ଖାତାରେ ଟ୍ରାନ୍ସଫର କରାନଯାଇ କମ୍ପାନୀ ମ୍ୟନେଜମେଣ୍ଟ ତରଫରୁ କିଛି ଲୋକଙ୍କ ଉପରେ ଫ୍ରଡ କରିବାର ସନ୍ଦେହ କରାଯାଇଥିଲା । ତେବେ ପୋଲିସ ଏହାର ଅନୁସନ୍ଧାନ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣା ସଂପର୍କରେ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.