fbpx

ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିଲେ ବ୍ରାଭୋ, ଆଇପିଏଲ୍‌ରେ ସର୍ବାଧିକ ୱିକେଟ ହାସଲ କଲେ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ସର୍ବାଧିକ ୱିକେଟ ହାସଲ କରିଥିବା ଶ୍ରୀଲଙ୍କାର ପୂର୍ବତନ ପେସ୍‌ ବୋଲର ଲସିଥ ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିଲେ ଡ୍ୱାନେ ବ୍ରାଭୋ । ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ପାଇଁ ୧୨୨ ଆଇପିଏଲ ମ୍ୟାଚ ଖେଳି ମାଲିଙ୍ଗା ସର୍ବାଧିକ ୧୭୦ ୱିକେଟ ଅକ୍ତିଆର କରିଥିବା ବେଳେ ୱେଷ୍ଟଇଣ୍ଡିଆନ ଅଲରାଉଣ୍ଡର ବ୍ରାଭୋ ଗୁରୁବାର ଦିନ ଅନୁଷ୍ଠିତ ଲକ୍ଷ୍ନୌ  ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଦୀପକ ହୁଦାଙ୍କୁ ଆଉଟ କରି ଏହି ରେକର୍ଡ ଅତିକ୍ରମ କରିଛନ୍ତି ।

ଏହି ଅବସରରେ ମାଲିଙ୍ଗା ଟ୍ୱିଟ କରି ବ୍ରାଭୋଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଆଇପିଏଲ ଇତିହାସରେ ସର୍ବାଧିକ ୱିକେଟ ହାସଲ କରି ଥିବାରୁ ମୁଁ ଖୁସି ଅନୁଭବ କରୁଛି । କାରଣ ବ୍ରାଭୋ ଜଣେ ଚାମ୍ପିଅନ ବୋଲର । ଆଗାମୀ ଦିନରେ ତାଙ୍କର ଅଧିକ ଉନ୍ନତି ଓ ସଫଳତା କାମନା କରୁଛି ବୋଲି ମାଲିଙ୍ଗା କହିଛନ୍ତି ।

Get real time updates directly on you device, subscribe now.