fbpx

ଜାତୀୟ ପ୍ରେସ ଦିବସ ଅବସରରେ ମାଲକାନଗିରି ଉତ୍କଳ ସାମ୍ବାଦିକ ସଙ୍ଘର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ

ମାଲକାନଗିରି ୧୬ ।୧୧(ଓଡିଶା ଭାସ୍କର):ଜାତୀୟ ପ୍ରେସ ଦିବସ ଅବସରରେ ମାଲକାନଗିରି ଉତ୍କଳ ସାମ୍ବାଦିକ ସଙ୍ଘର ନୂତନ କାର୍ଯ୍ୟାଳୟ ନିଃସ୍ୱାର୍ଥପର ବରିଷ୍ଠ ନାଗରିକ ଶୁକ୍ରା ମାଢିଙ୍କ ଦ୍ଵାର ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଦଶରଥ ପଡ଼ିଆମୀ, ମାଲକାନଗିରି ବିଧାୟକ ଶ୍ରୀ ଆଦିତ୍ୟ ମାଢି, ପୂର୍ବତନ ବିଧାୟକ ତଥା ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ମାନସ ମାଡକାମୀ, ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ଜିଲ୍ଲା କୃଷି ଅଧିକାରୀ କୈଳାଶ ଚନ୍ଦ୍ର ସ୍ବାଇଁ ,ଅବକାରୀ ଇନ୍ସପେକ୍ଟର ପ୍ରଶାନ୍ତ ସାମନ୍ତ୍ରାୟ , ଅତିରିକ୍ତ ଚିକିତ୍ସା ଅଧିକାରୀ ଶଶୀଭୂଷଣ ମହାପାତ୍ର,ନେହୁରୁ ଯୁବ କେନ୍ଦ୍ର ର ସନ୍ତୋଷ ପାତ୍ର, ଭିନ୍ନକ୍ଷମ ମହିଳା ସସସ୍ତ୍ରୀ କାରଣ ଅଧିକାରୀ ପଦ୍ମ ଲୋଚନ ଦାସ,ସିନିୟର ବୈଜ୍ଞାନୀକ ନିଗମାନନ୍ଦ ବେହେରା, ସହକାରୀ ବନ ସାଂରକ୍ଷକ ଶ୍ରୀକାନ୍ତ ନାୟକ ଉପସ୍ଥିତ ଥିଲେ। ପରେ ପରେ କାର୍ଯ୍ୟାଳୟ ପରିସରରେ 30 ଗୋଟି ଫଳ ବୃକ୍ଷ ରୋପଣ କରାଯାଇଥିଲା। ଅପରାନ୍ହରେ କାର୍ଯ୍ୟାଳୟ ପରିସର ରୁ ଏକ ସଚେତନତା ଶୋଭାଯାତ୍ରା ପୁରୁଣା ମେଡିକାଲ , ଡି ଏନ କେ ଛକ, ବାଲିମେଳା ଛକ, ସୁବାସ ଛକ ଦେଇ ସହର ପରିକ୍ରମା କରିଥିଲା। ବିଶେଷ କରି କୋଭିଡ 19, ନିଶାମୁକ୍ତି ଅଭିଯାନ ,ପରିବେଶ ସୁରକ୍ଷା, ସ୍ଵଚ୍ଛ ଭାରତ ସମ୍ୱନ୍ଧରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।


ଏହି କାର୍ଯ୍ୟକ୍ରମରେ ସଙ୍ଘର ସଭାପତି ଶ୍ରୀ ଦୁର୍ଯ୍ୟୋଧନ ପାତ୍ରଙ୍କ ସହ , ରାଜ୍ୟ କାର୍ଯ୍ୟକାରିଣୀ ସଦଷ୍ୟ ମନୋଜ କୁମାର ମହାନ୍ତି, ଉପ ସଭାପତି ପ୍ରଭାକର ସୁନା, ସମ୍ପାଦକ ସତ୍ୟ ନାରାୟଣ ଦାଶ, କୋଷାଧ୍ୟକ୍ଷ ବି ଶ୍ରୀନିବାସ ପାତ୍ର, ସୋନୁ ଅନୁଗୁ, କିଶୋର ପାଟିକା ଓ ଅନ୍ୟାନ୍ୟ ସଦଷ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ।

Get real time updates directly on you device, subscribe now.