fbpx
BSKY SKY
BSKY SKY

ମାଲକାନଗିରି ଜିଲ୍ଲାର ବିଜେଡି କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେଲେ ପ୍ରଣବ ପ୍ରକାଶ ଦାସ

BSKY

ମାଲକାନଗିରି୨/୨ ଆଜି ମାଲକାନଗିରି ଜିଲ୍ଲାକୁ ଏକାଧିକ ବିଜେଡ଼ି ମୁଖିଆ ଗ୍ରସ୍ଥ ଯୋଗୁଁ ବିଜେଡି ଦଳୀୟ କର୍ମୀଙ୍କ ଉତ୍ସାହ ବହୁଗୁଣିତ ହୋଇଥିଲା । ଜିଲ୍ଲା ବିଜେଡିର ସଭାପତି ତଥା ଚିତ୍ରକୋଣ୍ଡା ଏମଏଲଏ ପୂର୍ଣ ବାକା ଙ୍କ ନେତୃତ୍ୱରେ ଜିଲ୍ଲାର ଦୁଇ ଜାଗା ମାଥିଲି ଏବଂ ମାଲକାନଗିରି ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଯୁବ ଓ ଛାତ୍ର ବିଜେଡ଼ିର କର୍ମୀ ମାନେ ମାଲକାନଗିରି ଭୈରବ ମନ୍ଦିର ଠାରୁ ବବିଭାଇଙ୍କୁ ନେଇ ଶତାଧିକ ମୋଟର ସାଇକେଲ ଦ୍ୱାରା ଏକ ରୋଡ଼ ସୋ କରି ସଂସ୍କୃତି ଭବନ ରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ସମ୍ମୀଳନି ରେ ଦଳୀୟ କର୍ମୀ ଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ସାଂଗଠନିକ ସମ୍ପାଦକ ବବି ଭାଇ। ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ଏବଂ ଆଦର୍ଶକୁ ଅନୁସରଣ କରିବାକୁ ଆହ୍ବାନ ଦେଇଥିଲେ । ତାପରେ ସେଠାରୁ ଆସି ସ୍ଥାନୀୟ ନଗର ଭବନ ଠାରେ ମାଲକାନଗିରି ନିର୍ବାଚନ ମଣ୍ଡଳୀ ର ବହୁ ପୁରୁଣା ତଥା ପୁରୁଖା ନେତାମାନଙ୍କ ସହ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଯୋଉ ମୁହୂର୍ତ୍ତରେ ମତେ ମନେ ପକାଇବ ମୁଁ ଉପସ୍ଥିତ ରହିବି।କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଙ୍କ ହାତମୁଠାକୁ ଟାଣ କରିବା ଦରକାର। ସେଥିପାଇଁ ଆପଣମାନଙ୍କୁ ଯାହା କସରତ କରିବାକୁ ପଡିବ ତାହା କରନ୍ତୁ। “କରୋ ୟା ମରୋ” ଜିଲ୍ଲାରେ ବିଜେଡି ନମ୍ବର 1 ରେ ରହିବା ଦରକାର। ଜନସାଧାରଣଙ୍କ ପାଖକୁ ଯାଅ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ କହିଥିଲେ ସେ।

ଏହି ସଭାରେ ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ତଥା ରାଜ୍ୟ ବିଜେଡି କାର୍ଯ୍ୟାଳୟର ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ଜିଲ୍ଲାର ସରକାରୀ କାର୍ଯ୍ୟକ୍ରମରେ ଆସି ରିଭିଉ ମିଟିଙ୍ଗ କରିସାରିବା ପରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜିଲ୍ଲାପାର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା, ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ବର ପାଣିଗ୍ରାହୀ, ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ବିକାଶ ପରିଷଦ ର ଅଧ୍ୟକ୍ଷ ମାନସ ମାଡକାମୀ, ପୂର୍ବତନ ପୌରାଧକ୍ଷ। ରାଜବନ୍ତ କୌର, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳକୃଷ୍ଣ ପଣ୍ଡା, ପ୍ରଭାକର ପ୍ରଧାନ ଜିଲ୍ଲା ସାଙ୍ଗଠନିକ ସମ୍ପଦକ ନୃସିଂହ ଚରଣ ମହାନ୍ତି, ଜିଲ୍ଲା ବିଜେଡି ଯୁବ ସଭାପତି ଆଡ଼ମା ରାବା, ଜିଲ୍ଲା ଛାତ୍ର ସଭାପତି ତାପସ ରଞ୍ଜନ ନାୟକ ଙ୍କ ସହ ଜିଲ୍ଲାର ବହୁ ପ୍ରମୁଖ ବରିଷ୍ଠ କର୍ମୀ ଓ ଯୁବ ଛାତ୍ର ବିଜେଡି କର୍ମୀ ଯୋଗଦେଇଥିଲେ । ଅନ୍ୟଏକ କାର୍ଯ୍ୟକ୍ରମ ଅବସରରେ ଶ୍ରୀ ସଞ୍ଜୟ ଦାସବର୍ମା ସ୍ଥାନୀୟ ଡି. ଆର.ଡି. ଏ ସମ୍ମୀଳନି କକ୍ଷରେ ଏକ ସରକାରୀ ବୈଠକ ରେ ଯୋଗଦେଇ ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରିବା ସହ କଲ୍ୟାଣ ମଣ୍ଡପ ଏବଂ ଅନ୍ୟ ଦୁଇଗୋଟି ପ୍ରକଳ୍ପର ଉଦଘାଟନ କରିଥିଲେ ।

Get real time updates directly on you device, subscribe now.