ମାଲକାନଗିରି, ୩୦ା୧୧ (ଓଡିଶା ଭାସ୍କର):ଆଜି ମାଲକାନଗିରି ଜିଲ୍ଲାରେ ଧାନ କିଣା ପ୍ରକିୟା ଆରମ୍ଭ ହୋଇଛି । ଜିଲ୍ଲାର ସମନ୍ବିତ ବଜାର କମିଟି କାର୍ଯ୍ୟ।ଳୟରେ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମର ଉଦଘାଟନ କରାଯାଇଥିବା ବେଳେ ଜିଲ୍ଲାର ମୋଟ ୬୫ ଗୋଟି ମଣ୍ଡିରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠାରୁ ସମସ୍ତ ପଞ୍ଜୀକୃତ ଚାଷୀ ନିଜ ଅମଳ ଧାନ କୁ ବିକ୍ରି କରିପାରିବେ । ଜଣେ ପଞ୍ଜିକୃତ ଚାଷୀ ଗୋଟିଏ ମଣ୍ଡିରେ ୪୦ କ୍ୱିଣ୍ଟାଲ ଧାନ ବିକ୍ରି କରିପାରିବେ । ତେବେ ଦଲାଲ ମୁକ୍ତ ମଣ୍ଡି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ମଣ୍ଡିରେ ସିସିଟିଭି ଲଗାଇବା ସହ ଭିଡିଓ ରେକଡ଼ିଂର ବ୍ୟବସ୍ଥା କରାଯାଇଛି । ସରକାରୀ ନିୟମ ଅନୁଯାୟୀ ଚାଷୀ ଚାହିଁଲେ ବାହାରେ ମଧ୍ୟ ନିଜ ଧାନ ବିକ୍ରି କରିପାରିବେ କିନ୍ତୁ ତାହାକୁ ସେ ନିଜେହିଁ ନେଇ ବିକ୍ରି କରିବାକୁ ପଡିବ । ଏହାସହ ଧାନ ବିକ୍ରିର କଳାବଜାରି କୁ ରୋକିବା ପାଇଁ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରାଯାଉଛି ବୋଲି ମାଲକାନଗିରି ଜିଲ୍ଲାପାଳ ମତ ଦେଇଛନ୍ତି । ।