fbpx

ମାଲକାନଗିରିରେ ପୁଣି ଲକଡାଉନ

ମାଲକାନଗିରି, ୧୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ମାସଟି ବହୁତ ସମ୍ବେଦନଶୀଳ ହୋଇଥିବା ବେଳେ ମାସର ପ୍ରଥମରୁ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ ସବୁ ପରିସ୍ଥିତି ଦୃଷ୍ଟିରେ ରଖି ମାଲକାନଗିରି ପୌରାଞ୍ଚଳ ଓ ବାଲିମେଳା ଏନଏସିରେ ତାଲାବନ୍ଦ କରାଯାଇଛି । ୧୩ ଓ ୧୯ତାରିଖ ଯାଏଁ ତାଲାବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ । କରୋନା ସଂକ୍ରମଣ ଦୃଷ୍ଟିରେ ରଖି ତାଲାବନ୍ଦ ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖ ଯୋଗ୍ୟ ଯେ ଆଜି ମାଲକାନଗିରିରେ ୨୦ ଜଣ ଓ ବାଲିମେଳାରେ ୧୫, ଖଇରପୁଟ ବ୍ଲକରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.