fbpx

ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷ୍ୟା ଭାବେ ଜିତିଲେ ବିଜେଡି ପ୍ରାର୍ଥୀନି ସମାରି ତାଙ୍ଗୁଲ

ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷ୍ୟା ଭାବେ ବିଜେଡି ପ୍ରାର୍ଥୀନି ସମାରି ତାଙ୍ଗୁଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସମାରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଜୋନ ୦୨ ତଥା ଜିଲ୍ଲା ଜୋନ- ୦୮ର ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀନି ଭାବରେ ବିଜୟ ହୋଇଥିଲେ । ଏଠାରେ ପ୍ରଥମଥର ଜିଲ୍ଲା ପରିଷଦ ଅଧକ୍ଷ। ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରଥମଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷ। ନିମନ୍ତେ ପ୍ରାର୍ଥୀନି ଦେଇ ମାଲକାନଗିରି ଜିଲ୍ଲା ବିକାଶ ତଥା ମୁଖ୍ୟତଃ ସ୍ବାଭିମାନ ଅଞ୍ଚଳ ବିକାଶର ଆଉ ଏକ ଫର୍ଦ ଯୋଡି ଦେଇଛନ୍ତି । ସେଥିପାଇଁ ଚିତ୍ରକୋଣ୍ଡା ତଥା ସ୍ବାଭିମାନ ଅଞ୍ଚଳବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସମାରି କୃତଜ୍ଞତା ଜଣାଇଛନ୍ତି ।

Get real time updates directly on you device, subscribe now.