(Video) ସଂସଦରେ ପ୍ରଥମେ ହଟ୍ଟଗୋଳ, ପରେ ଉତ୍ସବ.. ଖଡ଼ଗେ କାଟିଲେ କେକ୍‌, ରାହୁଲ ତାଙ୍କୁ ଖୁଆଇଦେଲେ, ଦେଖନ୍ତୁ ଭିଡିଓ

ସଂସଦ ଭବନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କାଟିଲେ କେକ୍‌

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ହେଲେ ଅଧିବେଶନର ପ୍ରଥମ ଦିନ ଦୁଇ ଗୃହରେ ବିରୋଧୀ ହଙ୍ଗାମା ଏବଂ ନାରାବାଜି କରିଛନ୍ତି।

ବିରୋଧୀ ପହଲଗାମ ଆତଙ୍କବାଦୀ ଆକ୍ରମଣ, ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ମଧ୍ୟସ୍ଥତା ଏବଂ ବିହାରରେ ଭୋଟର ଲିଷ୍ଟକୁ ନେଇ ଚାଲୁଥିବା ବିଶେଷ ଯାଞ୍ଚ ସମେତ ଅନେକ ପ୍ରସଙ୍ଗ ଉପରେ ସରକାରଙ୍କୁ ଘେରିବା ପାଇଁ ପ୍ରୟାସ କରିଛନ୍ତି।

ହେଲେ ହଙ୍ଗାମା କାରଣରୁ ଲୋକସଭାକୁ ୪ଟା ପର୍ଯ୍ୟନ୍ତ ଏବଂ ରାଜ୍ୟସଭାକୁ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ଏହାରି ମଧ୍ୟରେ ସଂସଦ ଭବନରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି।

କଂଗ୍ରେସର ଜାତୀୟ ସଭାପତି ଏବଂ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍କିକାର୍ଜୁନ ଖଡ଼ଗେଙ୍କର ଆଜି ୮୩ତମ ଜନ୍ମଦିନ। ତାଙ୍କ ଜନ୍ମଦିନ ସଂସଦ ଭବନ ପରିସରରେ ପାଳନ କରାଯାଇଛି।

ଏହି ସମୟରେ ମଲ୍ଲିକାର୍ଜୁନ ଖଡ଼ଗେ ସଂସଦ ଭବନରେ କେକ୍ କାଟିଛନ୍ତି। ଏହାପରେ ଲୋକସଭାରେ ନେତା ପ୍ରତିପକ୍ଷ ରାହୁଲ ଗାନ୍ଧୀ ଖଡ଼ଗେଙ୍କୁ କେକ୍ ଖୁଆଇଛନ୍ତି। ଏହି ଅବସରରେ କଂଗ୍ରେସର ଅନ୍ୟ ସାଂସଦମାନେ ଏହି ଉତ୍ସବରେ ରହିବା ସହ ଖଡ଼ଗେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।