fbpx
BJD SKY
BJD SKY

ନୂତନ ପଦଭାର ସମ୍ଭାଳିଲେ ଖଡ୍‌ଗେ,ସୋନିଆ କହିଲେ ମୋର ବିଶ୍ୱାସ ଖଡ୍‌ଗେ…

BJD

ନୂଆଦିଲ୍ଲୀ : କଂଗ୍ରେସର ନବନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ୍‌ଗେ ଆଜି ତାଙ୍କର ନୂତନ ପଦଭାର ସମ୍ଭାଳିଛନ୍ତି । ଦଳର ପ୍ରମୁଖ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଛତିଶଗଡ ସିଏମ ଭୁପେଶ ବଗେଲ ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଲ ଇଣ୍ଡିଆ କଂଗ୍ରେସ କମିଟି ମୁଖ୍ୟାଳୟରେ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।ବର୍ତ୍ତମାନ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ଥିବା ସୋନିଆ ଗାନ୍ଧୀଙ୍କ ସ୍ଥାନ ନେବେ। ଅକ୍ଟୋବର ୧୯ରେ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ଶଶି ଥରୁର୍‌ଙ୍କୁ ୬୮୨୫ ଭୋଟ ରେ ହରାଇ ଖଡ୍‌ଗେ ପାର୍ଟିର ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ଖଡ଼ଗେ ବୁଧବାର ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପାର୍ଟିର ଅନ୍ୟ ନେତାଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି ।

କଣ କହିଲେ ସୋନିଆ : ମଲ୍ଲିକାର୍ଜୁନ ଦାୟିତ୍ୱ ଗ୍ରହଣ କରିବା ପରେ ସୋନିଆ ଗାନ୍ଧୀ ନୂତନ କଂଗ୍ରେସ ସଭାପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଏହା ସହ ସେ କହିଛନ୍ତି ଯେ ଖଡ୍‌ଗେ ଦଳକୁ ପ୍ରେରଣା ଯୋଗାଇବେ , ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଖଡ୍‌ଗେ ଜୀ ସମଗ୍ର ଦଳକୁ ପ୍ରେରଣା ଯୋଗାଇବେ, ଦଳ ଏକ ନୂତନ ବାର୍ତ୍ତା ପାଇବ ଏବଂ ତାଙ୍କ ନେତୃତ୍ୱରେ କଂଗ୍ରେସ ମଜବୁତ ହେବ। ମୁଁ ବହୁତ ଖୁସି, ସବୁଠାରୁ ସନ୍ତୁଷ୍ଟ ହେଉଛି କଂଗ୍ରେସ ସଭାପତି ଯାହାକୁ ଆପଣ ନିଜ ଇଚ୍ଛାନୁସାରେ ବାଛିଛନ୍ତି, ସେ ଜଣେ ଅଭିଜ୍ଞ ନେତା, ସାରା ଦେଶ ସହିତ ଜଡିତ ଜଣେ ନେତା, ନିଜର ପରିଶ୍ରମ ଏବଂ ନିଷ୍ଠା ସହିତ ଜଣେ ସାଧାରଣ ଶ୍ରମିକଙ୍କଠାରୁ ଏହି ଉଚ୍ଚତାରେ ପହଞ୍ଚିଛନ୍ତି ବୋଲି ସୋନିଆ ଗାନ୍ଧୀ ଉପସ୍ଥାପନାରେ କହିଛନ୍ତି।

କହିବାକୁ ଗଲେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ଦଳିତ କର୍ଣ୍ଣାଟକର ସମୁଦାୟର ଏହି ୮୦ ବର୍ଷୀୟ ନେତାଙ୍କ ଆଗରେବହୁତ ବଡ଼ ଚ୍ୟାଲେଞ୍ଜ ରହିଛି । ଗୋଟିଏ ପଟରେ ରାଜସ୍ଥାନର ରାଜନୈତିକ ସଂକଟକ ତତ୍କାଳ ଚ୍ୟାଲେଞ୍ଜ ଭାବେ ତାଙ୍କ ଆଗରେ ଉଭା ହୋଇଥିବା ବେଳେ ଆଗାମୀ କିଛି ସପ୍ତାହ ମଧ୍ୟରେ ହେବାକୁ ଥିବା ହିମାଚଳ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ମଧ୍ୟ ବଡ଼ ଆହ୍ୱାନ ହେବ ।ତେବେ କଂଗ୍ରେସ ଗୋଟେ ଅଣ ଗାନ୍ଧୀ ନେତା ପାଇବା ପରେ ଦଳରେ କେଉଁ ପ୍ରକାରର ଭିନ୍ନତା ଆସୁଛି । କଂଗ୍ରେସ ଦଳର ନିଜର ଯେଉଁ ଅସ୍ତିତ୍ୱ ହରାଇ ବସିଛି ତାହା କେତେ ଦୂର ଫେରି ପାଉଛି ।ଦେଖିବା ବାକି ରହିଲା ଦଳକୁ ଏକଜୁଟ କରିବା ଦଳ ମଧ୍ୟରେ ଥିବା କର୍ମଚାରୀ ମାନଙ୍କୁ ଏକଜୁଟ କରିବାରେ ଖଡ୍ଗେ କେତେ ଦୂର ସକ୍ଷମ ହୋଇ ପାରୁନ୍ତି ।

Get real time updates directly on you device, subscribe now.