fbpx
BSKY SKY
BSKY SKY

ବିଦେଶିନୀଙ୍କୁ ଅସଦାଚରଣ: ଲିଙ୍ଗରାଜ ସେବାୟତ ଗିରଫ

BSKY

ଭୁବନେଶ୍ୱର: ଜଣେ ବିଦେଶିନୀଙ୍କୁ ଅସଦାଚରଣ କରି ଲିଙ୍ଗରାଜ ସେବାୟତ ଗିରଫ ହେବା ଖବର ସାମ୍ନାକୁ ଆସିଛି । ଲିଙ୍ଗରାଜ ମନ୍ଦିରର ସେବାୟତ କୁଣ୍ଡୁ ମହାପାତ୍ରଙ୍କୁ ପୋଲିସ ଏହି ମାମଲାରେ ଗିରଫ କରିଛି । ଅସଦାଚରଣଙ୍କୁ ନେଇ ଅଭିଯୁକ୍ତଙ୍କୁ ଲିଙ୍ଗରାଜ ଥାନା ପୋଲିସ ଗିରଫ କରିଛି ।

ସୂଚନା ଅନୁଯାୟୀ, ମନ୍ଦିରର ଉତ୍ତର ଦ୍ୱାର ବାହାରେ ସେବାୟତ କୁଣ୍ଡୁ ମହାପାତ୍ର ଜଣେ ବିଦେଶିନୀଙ୍କୁ ଅସଦାଚରଣ କରିଥିଲେ । ଏନେଇ ବିଦେଶିନୀ ଜଣକ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । ତେବେ ବର୍ତ୍ତମାନ ଅଭିଯୋଗକାରୀଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ସେବାୟତଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.