fbpx

Big Breaking… ରାଜନୀତି ମଇଦାନକୁ ଆସୁଛନ୍ତି ଯୁବରାଜ… ପୁଣି BJPରେ ସାମିଲ ହେବେ ନବଜୋତ ସିଦ୍ଧୁ!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଏବେ ସାରା ଦେଶରେ ରାଜନୀତିକୁ ନେଇ ଖୁବ ଚର୍ଚ୍ଚା । ଏହିସବୁ ଆଲୋଚନା ଭିତରେ ଆଉ ଦୁଇଟି ନାଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଭାରତୀୟ ଦଳର ଦୁଇ ପୂର୍ବତନ କ୍ରିକେଟରଙ୍କୁ ନେଇ ରାଜନୀତି ମାହୋଲ ପୁଣି ସରଗରମ ହୋଇଛି । ପୂର୍ବତନ ବ୍ୟାଟର ନବଜୋତ ସିଂହ ସିଦ୍ଧୁ ଏବଂ ଯୁବରାଜ ସିଂହ ଏବେ ରାଜପନୀତି ଜଗତରେ ଚର୍ଚ୍ଚାର ବିଷୟ ହୋଇଛନ୍ତି । ନିର୍ବାଚନ ପୂର୍ବରୁ କୁହାଯାଉଛି ଯେ, ସିଦ୍ଧୁ ପୁଣିଥରେ ଭାରତୀୟ ଜନତା ପାର୍ଟିକୁ କମବ୍ୟାକ କରିପାରନ୍ତି । ସେପଟେ ସିକ୍ସର କିଙ୍ଗ ଯୁବରାଜ ମଧ୍ୟ ରାଜନୀତିରେ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ।

ବର୍ତ୍ତମାନ ରାଜନୀତି ଦୁନିଆର ଦୁଇଟି ଚର୍ଚ୍ଚିତ ବିଷୟ ହେଉଛନ୍ତି ନବଜୋତ ସିଂହ ସିଦ୍ଧୁ ଏବଂ ଯୁବରାଜ ସିଂହ । ସିଦ୍ଧୁ ପୁଣିଥରେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ସେପଟେ ପୂର୍ବତନ କ୍ରିକେଟର ଯୁବରାଜଙ୍କୁ ଗୁରଦାସପୁର ନିର୍ବାଚନ ମଣ୍ଡଳୀରୁ ରାଜନୀତି ମଇଦାନରେ ଓହ୍ଲାଇବା ପାଇଁ ଟିକେଟ ମିଳିପାରେ । ରିପୋର୍ଟ ଅନୁସାରେ, ବିଜେପି ଅଧିକାରୀ ସୋମଦେବ ଶର୍ମା କହିଛନ୍ତି ଯେ, ସିଦ୍ଧୁ ପୁଣିଥରେ ବିଜେପିରେ ସାମିଲ ହେବା ନେଇ ଅଧିକ ସମ୍ଭାବନା ରହିଛି । ସିଦ୍ଧୁଙ୍କ ସାମିଲ ହେବା ଆଶାରେ ଅନ୍ୟ ବିଜେପି ନେତା ତଥା ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ସହ ଆଲୋଚନା ଚାଲିଛି, କିନ୍ତୁ ସବିଶେଷ ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

କଂଗ୍ରେସ ଅମୃତସର ବ୍ୟତୀତ ସିଦ୍ଧୁଙ୍କୁ ଅନ୍ୟ କୌଣସି ନିର୍ବାଚନ ମଣ୍ଡଳୀରୁ ଟିକେଟ ଦେବାର ସମ୍ଭାବନା ମଧ୍ୟ ରହିଛି। ଏହାବ୍ୟତୀତ ଗୁରଦାସପୁର ନିର୍ବାଚନ ମଣ୍ଡଳୀରୁ ବଲିଉଡ ଅଭିନେତା ସନ୍ନି ଦେଓଲଙ୍କୁ ବାଦ୍ ଦେଇପାରେ ବିଜେପି । ସନ୍ନିଙ୍କ ସ୍ଥାନରେ ପୂର୍ବତନ କ୍ରିକେଟର ଯୁବରାଜଙ୍କୁ ଏହି ନିର୍ବାଚନ ମଣ୍ଡଳୀ ପାଇଁ ପାର୍ଟି ସୁଯୋଗ ଦେଇପାରେ ବୋଲି ମଧ୍ୟ ଜାଣିବାକୁ ମିଳିଛି ।

Get real time updates directly on you device, subscribe now.