fbpx

ନୱାବ ମଲିକଙ୍କ ଗିରଫ ମାମଲା: ଶରଦ ପୱାରଙ୍କୁ ଫୋନ୍ କଲେ ମମତା ଦିଦି

Advertisement

ନୂଆଦିଲ୍ଲୀ: ଏନସିପି ନେତା ତଥା ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକଙ୍କ ଗିରଫଦାରୀ ପରେ ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ଫୋନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡିକର ଅପବ୍ୟବହାରକୁ ରୋକିବା ପାଇଁ ସମସ୍ତ ବିରୋଧୀ ଦଳ ମାନେ ଏକାଠି ହେବା ଉଚିତ ବୋଲି ମମତା କହିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରାଯାଇ ବିରୋଧୀ ଦଳଙ୍କୁ ଟାର୍ଗେଟ କରାଯାଉଛି । ନିର୍ବାଚନ ଆସିଲେ ସରକାରୀ କଳ ଏହାକୁ ଫୁଲ ଦମରେ ବ୍ୟବହାର କରୁଛନ୍ତି । ବିରୋଧୀ ମାନେ ଏକାଠି ହୋଇ ଏହାକୁ ପ୍ରତିହତ କରିବାକୁ ମମତା ଆହ୍ୱାନ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଦାଉଦ ଇବ୍ରାହିମ ସହିତ ସମ୍ପର୍କ ଏବଂ ଅର୍ଥ ହେରଫେରକୁ ନେଇ ନୱାବଙ୍କୁ ଗିରଫ କରିଥିଲା ଇଡି । ବର୍ତ୍ତମାନ ନୱାବ ୮ ଦିନିଆ ରିମାଣ୍ଡରେ ରହିଛନ୍ତି । ଏନଆଇଏ ପକ୍ଷରୁ ଦାଉଦକୁ ନେଇ ରେଡ ଆଲର୍ଟ ପ୍ରକାଶ କରିବା ପରେ ଏହି ଯାଞ୍ଚ ଆରମ୍ଭ କରାଯାଇଥିଲା । ଇବ୍ରାହିମ ସର୍ଦ୍ଦାର ସାହଭିଲ ଖାନ୍ ଏବଂ ହସିନା ପାର୍କରର ବଡିଗାର୍ଡ ସଲିମ ପଟେଲ ସହିତ ଏହି ଚୁକ୍ତି ହୋଇଥିବା ଜଣାପଡିଛି । ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନବିସ ୩୦ ଲକ୍ଷ ଟଙ୍କାର କାରବାର ସମ୍ପର୍କରେ ଅଭିଯୋଗ ଆଣିଥିଲେ ।

Get real time updates directly on you device, subscribe now.