ଦେଖନ୍ତୁ (Video) ଭାଙ୍ଗୁନି ମମତାଙ୍କ ମୁହଁ ଫୁଟାଣି, ଜଗନ୍ନାଥ ଧାମକୁ ନେଇ କାହିଁକି ହିଂସା କରୁଛ…
ମମତା ରଖିଲେ ପ୍ରଥମ ପ୍ରତିକ୍ରିୟା । କହିଲେ ତୁମେ ଭଲରେ ରୁହ ବେଙ୍ଗଲକୁ ଭଲରେ ରହିବାକୁ ଦିଅ ।
ଭୁବନେଶ୍ୱର: ଦୀଘା ଜଗନ୍ନାଥ ମୂର୍ତ୍ତି ଓ ଗଜନ୍ନାଥ ଧାମ କହିବାକୁ ନେଇ ବିବାଦ କିଛି ଦିନ ହେବ ଲାଗି ରହିଥିବାବେଳେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଥମ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଦୀଘାରେ ଜଗନ୍ନାଥ ଧାନ; ହିନ୍ଦୁ, ମୁସଲମାନ ଓ ଜୈନ ଧର୍ମ ସବୁ ସମାନ । ମୋ ବାଡ଼ିରେ ୪ଟା ନିମ୍ବ ଗଛ ଅଛି । କାହାର ଦରକାର ଅଛି କୁହ । ଦୀଘା ମନ୍ଦିର ପାଇଁ ମୂର୍ତ୍ତି ନେଇଆସିଥିଲେ ଦଇତାପତି । ହେଲେ ମୁଁ ଅନ୍ୟ ଜାଗାରେ ମୂର୍ତ୍ତି କରିଛି ।
କୁହାଯାଉଛି ମୁଁ ନିମ୍ବ ଗଛ ଚୋରି କରିଛି । ଶୁଣିଲି ଯେଉଁ ଦଇତାପତି ଆସିଥିଲେ; ତାଙ୍କୁ ଡକାଟାଇଛି । ପୁରୋହିତଙ୍କୁ କେହି ନ ଆସିବା ପାଇଁ ବିଜ୍ଞପ୍ତି ବାହାର କରିଥିଲା । କାହିଁକି ଏମିତି କରୁଛନ୍ତି ।
ମୁଁ ପୁରୀ ଗଲେ ବିଜେପି, ଆରଏସଏସ ବିକ୍ଷୋଭ କରେ । ଭୁଲି ଗଲଣି କି ସବୁ । ଆଜି ଜଗନ୍ନାଥ ଧାମକୁ ନେଇ ଏତେ ହିଂସା କ’ଣ ପାଇଁ ବୋଲି ମମତା ପ୍ରଶ୍ନ କରିଛନ୍ତି ।
ଓଡ଼ିଶାରେ ଆଳୁ ଅଭାବ ହେଲେ ବେଙ୍ଗଲ ଯୋଗାଏ । ମୁଁ ଓଡ଼ିଶାକୁ ଭଲପାଏ । ଯେତେବେଳେ ଓଡ଼ିଶାରେ ବାତ୍ୟାରେ ବିଜୁଳି ଖୁଣ୍ଡ ଉପୁୁଡ଼ିଯାଏ, ପାଇପ୍ ଭାଙ୍ଗିଯାଏ, ସେତେବେଳେ ଆପଣମାନେ ଆମ ଇଞ୍ଜିନିୟର ଡକାଅ ।
ଆମ ବଙ୍ଗାଳୀ ପର୍ଯ୍ୟଟକ ଓଡ଼ିଶାକୁ ସବୁଠୁ ଅଧିକ ଯାଆନ୍ତି । ଆମେ ଯଦି ଗୋଟାଏ ଜଗନ୍ନାତ ଧାମ କଲୁ ଆପଣଙ୍କ ଆପତ୍ତି କାହିଁକି? ଅପଣ ଏତେ ପ୍ରଶ୍ନ କ’ଣ ପାଇଁପ ଚାରୁଛନ୍ତ? ଆପଣ ଭଲରେ ରୁହନ୍ତୁ ବେଙ୍ଗଲ ବି ଭଲରେ ରହୁ ।
“I love Odisha. We send potatoes whenever there is any shortage. We send our engineers for restoration work in Odisha after any cyclone. Why are you so upset that we have build a Jagannath Temple? Why Bengalis are getting attacked in Odisha”?
– WB CM Mamata Banerjee hits back. pic.twitter.com/Ns52U8H6Lr
— Sourav || সৌরভ (@Sourav_3294) May 5, 2025