fbpx

ପେଟ୍ରୋଲ ଦରକୁ ନେଇ ମୋଦୀଙ୍କୁ ଘେରିଲେ ମମତା

Advertisement

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦେଶରେ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ମୋଦୀଙ୍କୁ ଘେରିଛନ୍ତି । ମମତା ଅଭିଯୋଗ କରିଛନ୍ତି କେନ୍ଦ୍ର ସରକାର ପେଟ୍ରୋଲ ଦର ବୃଦ୍ଧି କରି ସାଧାରଣ ଲୋକଙ୍କଠାରୁ ୩.୭୧ ଲକ୍ଷ କୋଟି ଟଙ୍କା ରୋଜଗାର କରିଛନ୍ତି । ସେ କହିଛନ୍ତି ମୋଦୀ ସାଧାରଣ ଲୋକଙ୍କ ପକେଟ କାଟି ନିଜ ପକେଟ ଭରୁଛନ୍ତି ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ବିଜେପି ଶାସିତ ରାଜ୍ୟକୁ ଅଧିକ ଟଙ୍କା ପ୍ରଦାନ କରୁଥିବାବେଳେ ଆଞ୍ଚଳିକ ଦଳ ଦ୍ୱାରା ଶାସିତ ରାଜ୍ୟକୁ କମ ଟଙ୍କା ପ୍ରଦାନ କରୁଛନ୍ତି । କେନ୍ଦ୍ର ସରକାର ପଶ୍ଚିମବଙ୍ଗକୁ କମ ଅର୍ଥ ଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଦେଶରେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ବର୍ତ୍ତମାନ ୧୦୦ ରୁ ଉପରେ ରହିଛି ।

Get real time updates directly on you device, subscribe now.