fbpx

ଟ୍ରେନ୍ ଦୁର୍ଘଟଣାକୁ ନେଇ ମମତାଙ୍କ ବଡ ଘୋଷଣା : ମୃତକ ଓ ଆହତଙ୍କ ପରିବାର ସଦସ୍ୟଙ୍କୁ ଦେବେ ଚାକିରୀ

Advertisement

କୋଲକାତା : ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଅନେକ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସେମାନଙ୍କ ଦୁଃଖ ଯନ୍ତ୍ରଣା ସହି ପାରିନାହାନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ସେମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦିଆଯିବ ବୋଲି ମମତା ବାନାର୍ଜୀ ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ ଆହତଙ୍କ ପରିବାରଙ୍କୁ ମଧ୍ୟ ଚାକିରୀ ଦିଆଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ କହିଛନ୍ତି । ଉଭୟ ମୃତକ ଓ ଆହତଙ୍କ ପରିବାର ସଦସ୍ୟଙ୍କୁ ସ୍ପେସାଲ ହୋମଗାର୍ଡ ଭାବରେ ନିଯୁକ୍ତି ଦିଆଯିବ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଓଡିଶା ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ଅଧିକାଂଶ ଯାତ୍ରୀ ପଶ୍ଚିମବଙ୍ଗର ରହିଛନ୍ତି । ପଶ୍ଚିମବଙ୍ଗର ପ୍ରାୟ ୨୦୬ ଆହତ ଯାତ୍ରୀଙ୍କୁ ଓଡିଶାର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କୁ ଭେଟିବା ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୁବନେଶ୍ୱର ଏବଂ କଟକଗସ୍ତରେ ଆସିବେ । କଟକ ଏସସିବି ମେଡିକାଲାରେ ୩୬ ଜଣ ଆହତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସେମାନଙ୍କ ପରିବାରକୁ ସହାୟତା ଓ ନିଯୁକ୍ତି ପତ୍ର ବଣ୍ଟନ କରାଯିବ ।

ମମତା ବାନାର୍ଜୀ କହିଛନ୍ତି ଯେ, ମୁଁ କୌଣସି ରାଜନୀତିରେ ପଶିବାକୁ ଚାହୁଁନାହିଁ । ଆହତ ଯାତ୍ରୀ ଓ ସେମାନଙ୍କ ପରିବାରଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁୁଁଛି ।

Get real time updates directly on you device, subscribe now.