fbpx

ମମତା ମହାନ୍ତ ହେବେ ରାଜ୍ୟସଭା ପ୍ରାର୍ଥୀ! ଦୁଇଦିନ ଭିତରେ ବିଜେପି କରିବ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୩ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ଏନେଇ ଗତ ୧୪ ତାରିଖରେ ରାଜ୍ୟ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଥିଲା । ଆସନ୍ତା ୨୧ ତାରିଖରେ ନାମାଙ୍କନ ଦାଖଲ ପ୍ରକ୍ରିୟା ସମାପ୍ତ ହେବ । ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ସମାପ୍ତ ହେବ ଓ ୨୭ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ । ତେବେ ଏଥର କିଏ ରାଜ୍ୟସଭାକୁ ଯିବ ସେନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ତେବେ ଏହା ମଧ୍ୟରେ ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ମମତା ମହାନ୍ତ ହେବେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେବେ । ଏନେଇ ଆସନ୍ତା ଦିନେ ଦୁଇଦିନ ଭିତରେ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମକୁ ଏ ପ୍ରସଙ୍ଗରେ ରାଜ୍ୟ ବିଜେପି ପ୍ରଭାରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟ ବିଧାନସଭାରେ ଶାସକ ବିଜେପିର ସଦସ୍ୟ ସଂଖ୍ୟା ବିଜେଡି ଠାରୁ ଅଧିକ ରହିଥିବାରୁ ଶାସକ ଦଳର ପ୍ରାର୍ଥୀ ରାଜ୍ୟସଭା ଉପନିର୍ବାଚନରେ ବିଜୟୀ ହେବାର ସମ୍ଭାବନା ଅଧିକ ରହିଛି । ତେଣୁ ମମତା ବିଜେପି ପକ୍ଷରୁ ପ୍ରାର୍ଥୀ ହେଲେ ସେ ରାଜ୍ୟସଭା ସାଂସଦ ହେବା ସୁନିଶ୍ଚିତ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ୯ଟି ରାଜ୍ୟର ୧୨ଟି ଆସନ ପାଇଁ ଗତ ୭ ତାରିଖରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ବିଜ୍ଞପ୍ତି ଜାରି କରିଥିଲେ । ରାଜ୍ୟସଭା ସାଂସଦ ପଦରୁ ମମତା ମୋହାନ୍ତ ଇସ୍ତଫା ଦେବା ପରେ ଓଡ଼ିଶାରେ ଗୋଟିଏ ପଦ ଖାଲି ପଡ଼ିଥିଲା । ବିଜେଡିରୁ ଇସ୍ତଫା ଦେବେ ପରେ ମମତା ବିଜେପିରେ ସାମିଲ ହୋଇଥିଲେ । ତେଣୁ ତାଙ୍କୁ ଦଳ ପୁଣି ରାଜ୍ୟସଭା ପଠାଇପାରେ ବୋଲି ଚର୍ଚ୍ଚା ହେଉଛି । ବିହାର, ହରିୟାଣା, ରାଜସ୍ଥାନ, ତେଲେଙ୍ଗାନା ଆଦି ରାଜ୍ୟରେ ମଧ୍ୟ ରାଜ୍ୟସଭା ଆସନ ଖାଲି ରହିଛି ।

Get real time updates directly on you device, subscribe now.