ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାଛ ଖୁଆଇବାକୁ ଅଫର ଦେଲେ ମମତା, କହିଲେ ମୋଦୀ ଚାହିଁଲେ ସେ ତାଙ୍କ ଲାଗି ଖାଦ୍ୟ ରାନ୍ଧିବାକୁ ପ୍ରସ୍ତୁତ
ନୂଆଦିଲ୍ଲୀ:ବିହାର ରାଜନୀତିରେ ମାଛ ଉପରେ ହୋଇଥିବା ମହାଭାରତ ଏବେ ପଶ୍ଚିମବଙ୍ଗରେ ଏଣ୍ଟ୍ରୀ କରିସାରିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାଛ ଖୁଆଇବାକୁ ଅଫର ଦେଇଛନ୍ତି । ବିହାରରେ ତେଜସ୍ୱୀ ଓ ମୁକେଶ ସାହାଣୀଙ୍କ ମାଛ ପ୍ରସଙ୍ଗକୁ ଆଗକୁ ବଢାଇ ମମତା ପଶ୍ଚିମବଙ୍ଗର ନିବାଚନୀ ମେନ୍ୟୁ ସେଟ୍ କରି ଦେଇଛନ୍ତି । ସୋମବାର ସେ ମାଛ ବିବାଦକୁ ପୁଣି ସତେଜ କରି ଦେଇଛନ୍ତି । ମମତା କହିଛନ୍ତି ଯଦି ମୋଦୀ ଚାହିଁବେ ତେବେ ତାଙ୍କ ଲାଗି ମୁଁ ଖାଦ୍ୟ ରାନ୍ଧିବାକୁ ପ୍ରସ୍ତୁତ । କିନ୍ତୁ ସେ ଏହାକୁ ନେଇ ସନ୍ଦୀହାନ ଅଛନ୍ତି କି ମୋଦୀ ତାଙ୍କ ହାତ ତିଆରି ଖାଦ୍ୟ ଖାଇବେ କି ନା ।
ତେବେ ମମତାଙ୍କ ଏହି ବୟାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସେହି ବୟାନ ପରେ ଆସିଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଉପରେ ମାଛ ଖାଇବାକୁ ନେଇ କଟାକ୍ଷ କରିଥିଲେ । ମମତା କହିଛନ୍ତି ମୁଁ ପିଲାଦିନୁ ଖାଦ୍ୟ ରାନ୍ଧି ଆସୁଛି । ଲୋକମାନେ ବି ମୋ ହାତ ରନ୍ଧାକୁ ବେଶ୍ ପସନ୍ଦ କରିଥାନ୍ତି । କିନ୍ତୁ ମୋଦୀଜୀ କ’ଣ ମୋ ହାତ ତିଆରି ରାନ୍ଧଣାକୁ ସ୍ୱୀକାର କରିବେ? ସେ କ’ଣ ମୋ ଉପରେ ବିଶ୍ୱାସ କରିବେ । ତାଙ୍କୁ ଯାହା ପସନ୍ଦ ମୁଁ ତାହା ହିଁ ରାନ୍ଧି ଦେବି ବୋଲି ମମତା କହିଛନ୍ତି ।
ମମତା ଆହୁରି କହିଛନ୍ତି ମୋତେ ଢୋକଲା ପରି ଶାକାହାରୀ ଭୋଜନ ଓ ମାଛ ତରକାରୀ ପରି ମାଂସାହାରୀ ଭୋଜନ ଉଭୟ ପସନ୍ଦ । ବିଭିନ୍ନ ହିନ୍ଦୁ ସମୁଦାୟରେ ଭିନ୍ନ ଭିନ୍ନ ରୀତି ନୀତି ଓ ଖାଦ୍ୟପେୟର ଅଭ୍ୟାସ ରହିଛି । ବିଜେପିର କ’ଣ ଅଧିକାର ରହିଛି ଯେ ସେ କୌଣସି ବ୍ୟକ୍ତିର ଖାଦ୍ୟପେୟ ଉପରେ ରୋକ ଲଗାଇବ । ଏହା ଦର୍ଶାଉଛି କି ବିଜେପି ନେତୃତ୍ୱଙ୍କୁ ଭାରତ ଓ ଏହାର ଲୋକଙ୍କ ବିବିଧତା ଓ ଏକତା ବିଷୟରେ ବହୁତ କମ୍ ଜ୍ଞାନ ରହିଛି ।
ଏଠାରେ ସୂଚାଇ ଦିଆଯାଇପାରେ କି ଗତ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଉପରେ ସେହି ସମୟରେ ମାଛ ଖାଇବା ନେଇ କଟାକ୍ଷ କରିଥିଲେ ଯେଉଁ ସମୟରେ ହିନ୍ଦୁମାନେ ମାଂସାହାରରୁ ନିବୃତ୍ତ ରହିଥାନ୍ତି । ନବରାତ୍ରୀ ସମୟରେ ତେଜସ୍ୱୀ ମାଛ ଖାଉଥିବାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ମୋଦୀ ଏହାର କଡା ସମାଲୋଚନା କରିଥିଲେ ।