fbpx

ନୀତି ଆୟୋଗ ବୈଠକ ଅଧାରୁ ଉଠି ଆସିଲେ ମମତା ବାନାର୍ଜୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ନୀତି ଆୟୋଗର ବୈଠକ ଅୟୋଜନ କରାଯାଇଥିଲା । ବୈଠକ ମଝିରେ ଝଗଡ଼ା ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକର ବହିଷ୍କାର କରିଛନ୍ତି । ସେ ମିଟିଙ୍ଗରୁ ବ୍ୟାକଆଉଟ କରିଛନ୍ତି । ସେ ବୈଠକକୁ ମଝିରେ ଛାଡି ଏହି କହି ବାହାରିଗଲେ ଯେ, କିପରି ଏହା ଚଳିବ । ଏଠାରେ କାହାରିକୁ କହିବାକୁ ସୁଯୋଗ ଦିଆଯାଉନାହିଁ ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ବୈଠକରେ ନିଜ ମନମାନି ଚଳାଉଛନ୍ତି । ସେ ଚାହୁଁଥିଲେ ଯେ, ବୈଠକରେ ତାଙ୍କ ବିରୋଧରେ କେହି କିଛି ନ କୁହନ୍ତୁ । ଆମେ କହୁଛୁ ଯେ, ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାରଙ୍କ ସହ କେନ୍ଦ୍ର ସରକାରଙ୍କୁ ଭେଦଭାବର ନୀତିରୁ ଉପରକୁ ଉଠି କାମ କରିବାକୁ ପଡିବ, ସେଥିପାଇଁ ଆମକୁ ଚୁପ କରାଯାଇଛି । ନିଜ କଥା କହିବା ପାଇଁ ମାତ୍ର ୫ ମିନିଟ ଦିଆଯାଇଛି । ଏଥିରେ କିଏ କେମିତି କହିବ । ଏହା କିପରି ଚଳିବ ।

ପିଏମ ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନୀତି ଆୟୋଗର ବୈଠକ ସଂପୂର୍ଣ୍ଣ ଭାବେ ଅର୍ଥହୀନ ବୋଲି ପ୍ରମାଣିତ ହୋଇଛି । ଏହା ବ୍ୟତୀତ ଇଣ୍ଡିଆ ମେଣ୍ଟ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନେ ଏହା କହି ବହିଷ୍କାର କରିଛନ୍ତି ଯେ, ବଜେଟରେ ରାଜ୍ୟମାନଙ୍କ ସହ ଭେଦଭାବ କରାଯାଇଛି । ବିରୋଧ କରୁଥିବା ନେତାମାନଙ୍କ ମଧ୍ୟରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, କେରଳର ସିଏମ ପିନରାଇ ବିଜୟନ, କର୍ଣ୍ଣାଟକର ସିଏମ ସଦ୍ଦରମୈୟା, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ସାମିଲ ରହିଛନ୍ତି । ଏହା ବ୍ୟତୀତ ପଞ୍ଜାବ ଏବଂ ଦିଲ୍ଲୂୀ ସରକାରର ନେତା ମଧ୍ୟ ବୈଠକରେ ସାମିଲ ହୋଇନାହାନ୍ତି ।

 

Get real time updates directly on you device, subscribe now.