ଭାଉଜର କଟା ମୁଣ୍ଡ ଧରି ରାସ୍ତାରେ ବୁଲିଲା ଦିଅର, ଶେଷରେ ଥାନାରେ କଲା ସରେଣ୍ଡର

ଭାଉଜର ମୁଣ୍ଡ,ଗଣ୍ଡି ଅଲଗା କଲା ଦିଅର । ରାସ୍ତାରେ ଧରି ବୁଲିଲା କଟା ମୁଣ୍ଡ ।

କୋଲକାତା: ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଭାଉଜର ମୁଣ୍ଡ କାଟି ହତ୍ୟା କରିଛି ଦିଅର ।

କଟା ମୁଣ୍ଡ ଓ ରକ୍ତାକ୍ତ ହତିଆରକୁ ଧରି ରାସ୍ତାରେ କିଛି ସମୟ ବୁଲିବା ପରେ ଦିଅର ଯାଇ ଥାନାରେ ଆତ୍ମସମର୍ପଣ କରିଛି ।

ଅଭିଯୁକ୍ତର ନାଁ ବିମଲ ମଣ୍ଡଳ ହୋଇଥିବାବେଳେ ତା’ ଭାଉଜ ସତୀ ମଣ୍ଡଳ ବୋଲି ଜଣାପଡ଼ିଛି । ସତୀ ବିମଳର ବଡ଼ ଭାଇଙ୍କୁ ବିବାହ କରିଥିଲେ ।

ରାସ୍ତାରେ କଟା ମୁଣ୍ଡ ଧରି ବୁଲିବା ବେଳେ ବିମଳ ତା’ ବଡ଼ ଭାଇଙ୍କୁ ଗାଳି କରିବା ସହ ପୂର୍ବରୁ ତା’ ଉପରେ ହୋଇଥିବା ସମସ୍ତ ଅତ୍ୟାଚାରର ପ୍ରତିଶୋଦ ନେଇଥିବା କହୁଥିବାର ସ୍ଥାନୀୟ ଲୋକେ ଶୁଣିଥିବା ଏବଂ ଦେଖିଥିବା ପୋଲିସକୁ କହିଛନ୍ତି ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରି ଘଟଣାର ଛାନଭିନ୍ ଜାରି ରହିଛି ।

ରାସ୍ତାରେ ଏପ୍ରକାର ଦ୍ୟଶ୍ୟ ଦେଖି ଅନେକ ନିଜ ଫୋନରେ ଘଟଣାର ଭିଡିଓକୁ କଏଦ କରିଥିବା ଦେଖିବାକୁ ମିଳିଛି । ପୋଲିସ ସୂଚନା ଅନୁସାରେ ବିମଲ ଥାନାରେ ସରେଣ୍ଡର କରିବା ସମୟରେ ତା’ ମନସ୍ଥିତି ଠିକ୍ ନ ଥିଲା । ସେ ପାଗଳ ପ୍ରାୟ ହେଉଥିବା ପୋଲିସ କହିଛି ।