ସ୍ତ୍ରୀ’ର ମୁଣ୍ଡ-ଗଣ୍ଡି ଅଲଗା କଲାପରେ ମୃତଦେହକୁ ଟିକ୍-ଟିକ୍ କରି ୧୭ ଖଣ୍ଡ କଲା ଆଉ ତା’ ପରେ…

ମହାରାଷ୍ଟ୍ରରେ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ ଟିକ ଟିକ୍ କରି ଅଳିଆ ଗଦାରେ ଫିଙ୍ଗିଦେଲା ସ୍ୱାମୀ ।

ମୁମ୍ବାଇ: ମହାରାଷ୍ଟ୍ର ଭିୱାନି ସହରରୁ ଏକ ଲୋକଟଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ତାହା ନାମକ ଯୁବକ ତା’ ସ୍ତ୍ରୀକୁ କାଟି ଟିକ୍ ଟିକ୍ କରି ପୁଡ଼ିଆ କରି ଏଣେତେଣେ ଅଳିଆ ଗଦାରେ ଫୋପାଡ଼ି ଦେଇଥିବା ପୋଲିସ କହିଛି ।

କଳିକଜିଆ ଯୋଗୁଁ ତାହା ସ୍ତ୍ରୀ ମୁସ୍କାନଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିବା ସହ ମୃତଦେହକୁ ୧୭ ଖଣ୍ଡ କରିଥିବା ଜଣାପଡ଼ିଛି । ମୁସ୍କାନର ଫୋନ୍ ସ୍ୱିଚ୍ ଅଫ୍ ଆସିବାରୁ ତାଙ୍କ ମା’ ଥାନାରେ ଝିଅ ନିଖୋଜ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ପୋଲିସ ମୁସ୍କାନଙ୍କ ଖୋଜାଖେଶଜି କରିବା ପରେ ତାଙ୍କ ଘଣ ପାଖରେ ଏକ କଟା ମୁଣ୍ଡ ମିଳିଥିଲା । ଯାହାକୁ ସେ ନେଇ ମୁସ୍କାନଙ୍କ ମା’ଙ୍କୁ ଦେଖାଇଥିଲେ ।

ମୁଣ୍ଡଟି ମୁସ୍କାନଙ୍କର ବୋଲି ଚିହ୍ନଟ ହେବା ପରେ ପୋଲିସ ତାହାକୁ ଖୋଜି ଗିରଫ କରିଛି । ପ୍ରଥମେ ମୁସ୍କାନଙ୍କ ମୁଣ୍ଡ-ଗଣ୍ଡି କାଟି ଅଲଗା କରିବା ପରେ ଦେହକୁ ୧୭ ଖଣ୍ଡ କରି ତାହା ବୁଲି ବୁଲି ଶରୀର ଖଣ୍ଡ ସବୁ ଏଣେ ତେଣେ ପକାଇଥିବା ତାହା ରାଜି ହୋଇଛି ।

ବର୍ତ୍ତମାନ ପୋଲିସ ଯାଞ୍ଚ ପାଇଁ ମୁସ୍କାଙ୍କ କଟା ମୁଣ୍ଡକୁ ହସ୍ପିଟାଲ ପଠାଇଥିବାବେଳେ ଅନ୍ୟ ଅଙ୍ଗ ଖୋଜି ବାହାର କରିବାରେ ଲାଗିପଡ଼ିଛି ପୋଲିସ ।
ସେପଟେ ତାହାକୁ ଗିରଫ କରି ପୋଲିସ ପକ୍ଷରୁ ପଚରାଉଚରା ଜାରି ରହିଛି ।