fbpx

ପରିବା ନା ସୁନା, ଯୁବକ ଚାଷ କରୁଛନ୍ତି ଏକଲକ୍ଷ ଟଙ୍କିଆ ପରିବା

ନୂଆଦିଲ୍ଲୀ, ୨ା୪: ମାର୍କେଟରେ ପରିବା କିଲୋ ୧୦୦ ଟଙ୍କା ହେଲେ ଆମେ ମୁଣ୍ଡରେ ହାତ ଦେଇଥାଉ । କିନ୍ତୁ ଆପଣମାନେ ଜାଣନ୍ତି କି ଏ ଦୁନିଆରେ ଏଭଳି ଏକ ପରିବା ଅଛି, ଯାହାର ଦାମ୍ ଏକ ଲକ୍ଷ ଟଙ୍କା ଅଟେ । ଏହି ପରିବାର ନାମ ‘ହପ୍ ସୁଟ୍ସ’ । ବିୟରରେ ଫ୍ଲେଭରିଂ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଏହାଛଡ଼ା ଏହି ପରିବାକୁ ଖାଦ୍ୟ ସହିତ ହର୍ବାଲ ମେଡିସିନରେ ମଧ୍ୟ ବ୍ୟବହାର କରାଯାଇଥାଏ ।

ବିହାରର ଔରଙ୍ଗାବାଦର ଅମରେଶ ସିଂହ ନାମକ ଜଣେ ୩୮ ବର୍ଷୀୟ ଯୁବକ ଏହି ହପ୍ ସୁଟ୍ସ ପରିବା ଚାଷ କରୁଛନ୍ତି । ହପ୍ ସୁଟ୍ସକୁ ବିଶ୍ୱର ସବୁଠାରୁ ଦାମୀ ପରିବା ବୋଲି କୁହାଯାଉଛି । ଅମରେଶ ଇଣ୍ଡିଆନ ଭେଜିଟେବଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରୁ ପ୍ରଥମେ ଏହି ପରିବାର ସାମ୍ପୁଲ ଆଣିଥିଲେ । ତେବେ ଅମରେଶ ହପ୍ ସୁଟ୍ସର ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.