ବିଦ୍ୟୁତ ତାର ପଡ଼ି ଆଖି ପିଛୁଳାକେ ଜଳିଗଲେ ବାପ-ଝିଅ-ଝିଆରୀ, ମାଙ୍କଡ ଯୋଗୁ ଛିଣ୍ଡିଗଲା ତାର
୧୧ କେଭି ପଡ଼ି ଜଳିଗଲେ ବାପ-ଝିଅ-ଝିଆରୀ । ୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲା ବିଦ୍ୟୁତ ବିଭାଗ ।
ଗୋରଖପୁର: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ୍ ତାର ଖସିପଡ଼ିବା କାରଣରୁ ଗୋଟିଏ ପରିବାରର ୩ ଜଣ ଜଳି ପୋଡ଼ିଯାଇଛନ୍ତି ।
ଗୋରଖପୁରର ସୋନବରସା ମାର୍କେଟରେ ଝିଅ ଓ ଝିଆରୀଙ୍କୁ ନେଇ ଜଣେ ବ୍ୟକ୍ତି ଯାଉଥିବାବେଳେ ହଠାତ୍ ତାଙ୍କ ଉପରେ ୧୧ କେଭି ତାର ଖସିପଡ଼ିଥିଲା । ଯେଉଁ କାରଣରୁ ଘଟଣାସ୍ଥଳରେ ହିଁ ସେମାନେ ଜଳି ପ୍ରାଣ ହରାଇଥଇଥିଲେ ।
ସମ୍ପୂର୍ଣ୍ଣ ଘଟଣାଟି ସେଠାରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି ।
ଇଲେକ୍ଟ୍ରିକ୍ ତାର ପଡ଼ୁପଡ଼ୁ ସେମାନଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବପର ନ ଥିଲା । ଘଟଣାସ୍ଥଳରେ ହିଁ ସେମାନେ ଜଳି ମରିଗଲେ ।
ମାଙ୍କଡ ତାର ଉପରକୁ ଡେଇଁପଡ଼ିବା କାରଣରୁ ବିଦ୍ୟୁତ ତାରଟି ଛିଡ଼ିପଡ଼ିଥିଲା । ତାର ଛିଡ଼ିବାବେଳେ ବାଇକରେ ବ୍ୟକ୍ତିଜଣକ ସେହି କଡ଼ରେ ଯାଉଥିବାକାରଣରୁ ତାଙ୍କ ଉପରେ ବିଦ୍ୟୁତ୍ ତାର ଖସିପଡ଼ିଥିବା କହିଛନ୍ତି ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ ଯନ୍ତ୍ରୀ ଡି.କେ ସିଂ ।
ଘଟଣାର ତଦନ୍ତ ବିଭାଗ ପକ୍ଷରୁ ଜାରିଥିବାବେଳେ ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ବିଦ୍ୟୁତ୍ ବିଭାଗ ।