ନୂଆଦିଲ୍ଲୀ: ବି ଫାର୍ମାର ଦୁଇଜଣ ଛାତ୍ରଙ୍କ ଦ୍ୱାରା ଜଣେ ବ୍ୟକ୍ତିଙ୍କର ଏପରି ଅପରେସନ୍ କରିଛନ୍ତି ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଯଣା ଆନ୍ଧ୍ରପ୍ରଦେଶର ନେଲ୍ଲøର୍ ଠାରେ ଘଟିଛି । ଗୁରୁବାର ଦିନ ନେଲ୍ଲøର୍ ର ଏକ ଲଜ୍ ରେ ସେକ୍ସ ରିଆସେନମେଣ୍ଟ୍ ବା ଲିଙ୍କ ପରିବର୍ତ୍ତନ ସର୍ଜରୀ କରାଯାଇଥିଲା । ଯେଉଁଥିରେ ରୋଗୀଙ୍କର ମୃତ୍ୟୁ ହୋଇଯାଇଛି । ଘଟଣାର ଖୁଲାସା ସେତେବେଳେ ହୋଇଥିଲା ଯେତେବେଳେ ଲଜ୍ ର ଷ୍ଟାଫ୍ ମାନେ ରୁମ୍ ଭିତରେ ଜଣେ ବ୍ୟକ୍ତିଙ୍କର ମୃତଦେହ ଦେଖିବାକୁ ପାଇଥିଲେ ।
ସୂଚନା ମୁତାବକ, ମୃତ ବ୍ୟକ୍ତି ଜଣକ ହେଲେ ୨୮ ବର୍ଷର ଶ୍ରୀକାନ୍ତ । ଶ୍ରୀକାନ୍ତ ବିବାହିତ ଥିବାବେଳେ ସେ ନିଜ ପତ୍ନୀଙ୍କ ଠାରୁ ଅଲଗା ହୋଇଯାଇଥିଲେ । ସେ ଏକା ରହୁଥିଲେ । ଏହି ସମୟରେ ସେ ଦୁଇ ଜଣ ବି ଫାର୍ମା ଛାତ୍ରଙ୍କ ସମ୍ପର୍କରେ ଆସିଥିଲେ । ଶ୍ରୀକାନ୍ତ ସେମାନଙ୍କ ସହିତ ଲିଙ୍ଗ ପରିବର୍ତ୍ତନ କଥା କହିଥିଲେ ।
ସେପଟେ ଉକ୍ତ ଦୁଇ ଛାତ୍ର ମଧ୍ୟ କମ୍ ଟଙ୍କାରେ ସର୍ଜରୀ କରିବା ପାଇଁ ଶ୍ରୀକାନ୍ତଙ୍କୁ ରାଜି କରାଇ ଦେଇଥିଲେ । ଉକ୍ତ ଦୁଇ ଛାତ୍ର ହେଉଛନ୍ତ ଜୀଭା ଓ ମସ୍ତାନ । ସେମାନେ ଦୁହେଁ ୟୁଟ୍ୟୁବ ଦେଖି ସର୍ଜରୀ ଆରମ୍ଭ କରିଥିଲେ । କୁହାଯାଉଛି ଯେ, ଅପରେସନ୍ ସମୟରେ ଅଧିକ ରକ୍ତ ବହିଯିବାରୁ ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ମାମଲା ସାମନାକୁ ଆସିବା ପରେ ଉକ୍ତ ଦୁଇ ଛାତ୍ରଙ୍କୁ ପୋଲିସ୍ ଗିରଫ କରିଛି ।