fbpx

ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

କେନ୍ଦୁଝର, ୩୦ା୧୨ (ଓଡିଶା ଭାସ୍କର): ପାରିବାରିକ ବିବାଦକୁ ନେଇ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ଏହି ଘଟଣାଟି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି ।

ଦାମୋଦର ମୁଣ୍ଡା ଜମିକୁ ଯାଇଥିବା ବେଳେ ଅଭିଯୁକ୍ତ ମୋତେ ମୁଣ୍ଡା ତାଙ୍କୁ ହତ୍ୟା କରିଥିବା ଜଣାଯାଇଛି । ତେବେ ଅଭିଯୁକ୍ତକୁ ନୟାକୋଟ ଥାନା ପୋଲିସ ଗିରଫ କରିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.