fbpx
BJD SKY
BJD SKY

ଗାଁରେ ନଥିଲା ପିଇବାକୁ ପାଣି, ଏକା ଖୋଳିଦେଲେ ୩୨ ଫୁଟ୍ ର କୂଅ

BJD

ଖରାଦିନେ ପାଣି ସମସ୍ୟା ଦେଖାଯିବା ଏକ ସ୍ୱାଭାବିକ କଥା । କିନ୍ତୁ ଭଲ ବର୍ଷ ହେବା ପରେ ମଧ୍ୟ ଯଦି ପାଣିନମିଳେ, ତେବେ ଏହା ଅତି ଦୁର୍ଭାଗ୍ୟଜନକ ହୋଇଥାଏ । ଗୁଜରାଟର ଅନେକ ଜିଲ୍ଲାରେ ଜିଲ୍ଲାରେ ଠିକ୍ ଠାକ୍ ବର୍ଷା ହୋଇଥିଲେ ମଧ୍ୟ ଏଠାକାର କିଛି ଅଞ୍ଚଳରେ ସବୁବେଳେ ପାଣି ସମସ୍ୟା ଲାଗି ରହିଥାଏ । ପାହାଡ଼ିଆ ଏବଂ ପଥୁରିଆ ଅଞ୍ଚଳରେ ହୋଇଥିବା ବର୍ଷା ପାଣି ଅଟକେ ନାହିଁ । ଏହିଭଳି ଏକ ଜିଲ୍ଲା ହେଉଛି ଗୁଜରାଟର ଡାଙ୍ଗ । ଏଠାରେ ପ୍ରତି ମୌସୁମୀରେ ପ୍ରାୟ ୧୨୫ ଇଞ୍ଚ ବର୍ଷ ହୋଇଥାଏ କିନ୍ତୁ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଏବଂ ପଥୁରିଆ ଅଞ୍ଚଳ ହୋଇଥିବାରୁ ସବୁ ପାଣି ବୋହିଯାଏ ।

ଫଳରେ ଲୋକଙ୍କୁ ପାଣି ପାଇଁ ସଂଘର୍ଷ କରିବାକୁ ପଡ଼େ । ଦୈନନ୍ଦିନ ବ୍ୟବହାର ପାଇଁ ପାଣିର ବ୍ୟବସ୍ଥା କରିବା ବେଶ୍ କଷ୍ଟ କରିବାକୁ ପଡ଼ିଥାଏ । ଏଠାକାର ଅଧିକାଂଶ ଜନସଂଖ୍ୟା ଚାଷ ବାସ ଉପରେ ନିର୍ଭର କରିଥାନ୍ତି । ଏମିତିରେ ପାଣି ପର୍ଯ୍ୟାପ୍ତ ଆବଶ୍ୟକତା ରହିଛି ।

ତେବେ ଜିଲ୍ଲାର ବାସୁରଣା ଗାଁର ୬୦ ବର୍ଷର ଜଣେ ଚାଷୀ ଗଙ୍ଗାଭାଇ ପୱାର ଏହାର ସମାଧାନ କରିଛନ୍ତି । କେବଳ ସେ ନୁହେଁ ତାଙ୍କର ପୂରା ଗାଁ ଏହାଦ୍ୱାରା ଉପକୃତ ହେଉଛନ୍ତି । ପ୍ରକୃତରେ ଗଙ୍ଗାଭାଇ ୨୦ ବର୍ଷରୁ ସରପଞ୍ଚଙ୍କୁ କୂଅ ଖୋଳିବା ପାଇଁ ସାହଯ୍ୟ ମାଗୁଥିଲେ ବି କୌଣସି ସୁଫଳ ମିଳିନଥିଲା ।

ଏହାପରେ ଗଙ୍ଗାଭାଇ ନିଜେ କୂଅ ଖୋଳିବା ପାଇଁ ଅଣ୍ଟା ଭିଡ଼ିଥିଲେ । ଆଉ ପ୍ରଥମ ଥର କୂଅ ଖୋଳିବାବେଳେ ପଥର ବାହାରିଥିଲା, ଏହିଭଳି ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ଥର ମଧ୍ୟ ସେ ଚେଷ୍ଟା କରିଥିଲେ ବି କେବଳ ପଥର ବାହାରୁଥିଲା କିନ୍ତୁ ତଥାପି ସେ ଧୈର୍ଯ୍ୟ ରଖି ପୁଣିଥରେ ଚେଷ୍ଟା କରିଥିଲେ ଏବଂ ପଞ୍ଚମ ଥର ସଫଳ ହୋଇଥିଲେ । ଲଗାତାର ରାତି ଦିନ ଏକ କରି ସେ କଷ୍ଟ କରିଥିଲେ ଏବଂ ପ୍ରାୟ ୨ ବର୍ଷର ପରିଶ୍ରମ ସଫଳ ହୋଇଥିଲା ଏବଂ ସେ ଖୋଳିଥିବା ୩୨ ଫୁଟ୍ ଗଭୀର କୂଅରେ ପାଣି ବାହାରିଥିଲା ।

ତେବେ ଏନେଇ ଗାଁର ସରପଞ୍ଚ ଗୀତାବେନ ଗାବିତ ତାଙ୍କର ପ୍ରଶଂସା କରିଛନ୍ତି ଏବଂ ଗଙ୍ଗାଭାଇଙ୍କ କଠିନ ପରିଶ୍ରମ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି । ଗାଁର ଲୋକମାନେ ମଧ୍ୟ ତାଙ୍କର ପ୍ରଶଂସା କରିବା ସହ ଏହି କୂଅ ଗ୍ରାମବାସୀଙ୍କର ମଧ୍ୟ ଶୋଷ ମେଣ୍ଟାଇପାରିବବୋଲି କହିଛନ୍ତି ।

Get real time updates directly on you device, subscribe now.